ପୁରୁଷୋତ୍ତମ ଗୋମାଙ୍ଗ ଙ୍କ ମୃତ୍ଯୁ ର ସି ବି ଆଇ ତଦନ୍ତ ଦାବି ରେ ରାସ୍ତା ଅବରୋଧ
ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ପୁର୍ବତନ ରାୟଗଡା ଜିଲ୍ଲାପରିଷଦ ଅଧ୍ଧକ୍ଷ ପୁରଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁକୁ ସନ୍ଦେହ କରି ଆଜି ରାୟଗଡାଜିଲ୍ଲା ରାନନାଗୁଡା ବାଙ୍ଗିଛକ ଛକ ଠାରେ ରାସ୍ତାରୋକ କରିଛି କଂଗ୍ରେସ। ପୁରୁଷୋତ୍ତମଙ୍କୁ ହତ୍ୟା କରାଯାଇଥିବା ଗୁଣପୁର ଥାନାରେ ଅଭିଯୋଗପରେ ପୋଲିସ ଠିକରେ ତଦନ୍ତ ଆରମ୍ଭ କରି ନାହିଁ ।ଏହାର ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ଦୁର୍ଗା ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମାନେ ଯୋଗଦେଇଛନ୍ତି ସକାଳ ଛଅରୁ ଦିନ ଦୁଇଟା ପର୍ୟ୍ୟନ୍ତ ରାସ୍ତାରୋକ କରାଯିବ । ରାସ୍ତାରେ ଟାୟର ଏବଂ ପଥର ପକେଇ ରାସ୍ତାରୋକ ହୋଇଛି। ଫଳରେ କୋରାପୁଟରୁ ରାୟଗଡାଗଜପତି ବ୍ରହ୍ମପୁରକୁ ବାଙ୍ଗିଛକ ଠାରେ ଜାତୀୟ ରାଜପଥରେ ବସ ଚଳାଚଳ ବନ୍ଦ ରହିଛି।ଫଳରେ ଯାତ୍ରୀ ମାନେ ନାହିଁ ନଥିବାର ଅସୁବିଧା ର ସନମୁଖୀନ ହେବାର ଦେଖାଦେଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁଣପୁର ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରିଥିବା ଏସଡିପିଓ ଗୁଣପୁର କହିଛନ୍ତି।ଏପଟେ କୋରାପୁଟ ବିଧାୟକ ତାରାପ୍ରସାଦ ବାହିନୀପତି ଓ କୋରାପୁଟ ଲୋକସଭା ସଂସାଦ ଶ୍ରୀ ସପ୍ତ ଗିରି ଉଲାକା ସି ବି ଆଇ ତଦନ୍ତ ଦାବି କରିଛନ୍ତି।