07/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁରୁଷୋତ୍ତମପୁର ବ୍ଲକ ଭାଟ କୁମରଡ଼ା କଲ୍ୟାଣ ମଣ୍ଡପରେ ଆୟୁଷ ମାଗଣା ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ

ଗଞ୍ଜାମ ୧୭/୦୮ (ସଖପ୍ର): ରେ ଭାଟ କୁମରଡା ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଦକ୍ଷିଣାଞ୍ଚଳ ମଣ୍ଡଳ ବ୍ରହ୍ମପୁର ଗଞ୍ଜାମ ଜାତୀୟ ଆୟୁଷ ମିଶନ ସୌଜନ୍ୟ ଭାଟକୁମରଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆୟୁର୍ବେଦ ମୁଖ୍ୟ ଅଧିକାରୀ ଡ଼ଃ ରାମଚନ୍ଦ୍ର ବେହେରା(ଡ଼ି.ଏ.ଏମ.ଓ )ଙ୍କ ତତ୍ତ୍ଵାବ ଧାନରେ ଏବଂ ଜିଲ୍ଲାର ମୁଖ୍ୟ ଆୟୁର୍ବେଦ ଏବଂ ହୋମିଓ ପ୍ୟାଥିକ ସରକାରୀ ଡ଼କ୍ଟରଙ୍କ ମାଧ୍ୟମରେ ଏଠାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମନମୋହିନି ପଲାଇ, ସମିତି ସଭ୍ୟ କୋରାନଥ ସ୍ୱାଇଁ ଙ୍କ ଉପସ୍ଥିତି ରେ ଉଦଘାଟନ ହୋଇଥିଲା |ଏଥିରେ ସ୍ଥାନୀୟ ସମିତି ସଭ୍ୟ ଶ୍ରୀ କୋରାନାଥ ସ୍ୱାଇଁ ଓ ପଂଚାୟତର ସମସ୍ତ ୱାର୍ଡ ମେମ୍ବର ଓ ଯୁବନେତା ରାମକୃଷ୍ଣ ପଣ୍ଡା ସମେତ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ | ଧନେଶ୍ୱର ଗୌଡ଼ (ପି.ଇ.ଓ )ମଧ୍ୟ ଉପସ୍ଥିତ ଥିଲେ |

ଏହି ସ୍ୱାସ୍ଥ୍ୟ ଶିବିର ରେ D.A.M.O ଡ଼ଃ ରାମଚନ୍ଦ୍ର ବେହେରା ଙ୍କ ପୌରାହିତ୍ୟ ରେ ଡ଼ଃ ଶିଶିରକାନ୍ତ ମିଶ୍ର,ଡ଼.ଶିଶିର କାନ୍ତ ତ୍ରିପାଠୀ, ଡ଼ଃ ଅନିଲ କୁମାର ସାହୁ, ଡ଼ଃ ଅଜିତ ପ୍ରସାଦ ତିୱାରୀ, ଡ଼ଃ ଯଜ୍ଞ ନାରାୟଣ ବେହେରା, D.P.M ଡ଼ଃ ଉତ୍ତରା ପଟ୍ଟନାୟକ ଓ ହୋମିଓପାଥି ଡ଼ଃ ଶ୍ରୀକନ୍ୟା ପାତ୍ର, ଆସିଷ୍ଟାଣ୍ଟ ସରୋଜ କୁମାର ନାହାକ ଓ ଆୟୁର୍ବେଦ ଆସିଷ୍ଟାଣ୍ଟ ଶ୍ରୀ ସିମାଞ୍ଚଳ ବେହେରା ପ୍ରଜାୟନ ବେହେରା ଆର୍ବେଦିକ ଆଶିଷ୍ଟାଣ୍ଟ କେ. ଶୁକୃ, ଭକ୍ତିକାନ୍ତ ମୁଖି ଯୋଗଦେଇ ଶିବିର କାର୍ଯ୍ୟକ୍ରମ ସୁଚାରୁ ରୂପେ ଚଳାଇଥିଲେ | ଏହି ଶିବିର ରେ ଯୋଗଗୁରୁ ଶ୍ରୀ G ଅନିଲ ପାତ୍ର ବିଭିନ୍ନ ଯୋଗ ଶିକ୍ଷା ଦେଇଥିଲେ |ଗ୍ରାମବାସୀ ଙ୍କୁ ଶିବିର ତରଫରୁ ବିଭିନ୍ନ ଔଷଧ ଓ ଔଷଧୀୟ ବୃକ୍ଷ ମାଗଣା ବଣ୍ଟନ କରାଯାଇଥିଲା | ଏହି ଶିବିରରେ ରୋଗୀ ମାନଙ୍କର ରକ୍ତଚାପ, ସର୍କରା ଆଦି ପରୀକ୍ଷା କରି ଆୟୁର୍ବେଦ ଔଷଧ ଓ ହୋମିଓପାଥି ଔଷଧ ମାଗଣା ଯୋଗାଇ ଦିଆଯାଇଥିଲା | ପ୍ରାୟ ବହୁ ଜନ ସାଧାରଣ ଏହି ମାଗଣା ଶିବିର ର ସୁବିଧା ନେଇଥିଲେ |

ଗଞ୍ଜାମ ପ୍ରତିନିଧି ଅରୁଣ କୁମାର ଗୌଡ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *