ପୁରୁଷୋତ୍ତମପୁରର ବିଶିଷ୍ଟ ସମାଜସେବୀଙ୍କ ପରଲୋକ
ଗଞ୍ଜାମ (ସଖପ୍ର) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା କପିଳେଶ୍ୱରପୁର ଶାସନ ତଥା କଂସାରୀ ସାହି ନିକଟରେ ରହୁଥିବା ସମାଜସେବୀ ତଥା ସହରର ଜଣେ ସୁନାମଧନ୍ୟ ପୁରାତନ ପୋଲିସ କର୍ମଚାରୀ ଶ୍ରୀ ଅଙ୍ଗଦ ନାୟକଙ୍କର ଗତ ତା -20/11/22 ରିଖ ରବିବାର ଦିନ ସକାଳ 3ଘ.23 ମିନିଟ ସମୟରେ ପରଲୋକ ପ୍ରାପ୍ତି ହୋଇଛି। ସେ ପୁରୁଷୋତ୍ତମପୁର ଥାନାର ଜଣେ କର୍ତ୍ତବ୍ୟ ପରାୟଣ ଏବଂ ସର୍ବ ପୁରାତନ ନିଷ୍ଠାପର କର୍ମଚାରୀ ଥିଲେ । ତାଙ୍କର ନିଷ୍ଠାପର ସେବାପାଇଁ ଚଳିତବର୍ଷ ଗଞ୍ଜାମ ଏସ.ପି ଙ୍କ ଦ୍ଵାରା ତାଙ୍କୁ ସମ୍ମାନିତ କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ରୋଗର ଉପଶମ ପାଇଁ ଚେର ମୂଳି ଔଷଧ ପ୍ରଦାନ କରି ନିଜ ଗ୍ରାମ ବ୍ୟତୀତ ଅନ୍ୟ ଗ୍ରାମରେ ମଧ୍ୟ ସେ ଲୋକ ପ୍ରିୟତା ଅର୍ଜନ କରିଥିଲେ । ସେ ଜଣେ ଭଦ୍ର,ମେଳାପି, ସ୍ନେହି,କର୍ତ୍ତବ୍ୟନିଷ୍ଠ, ମିଷ୍ଟଭାଷୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା. ଏହି ମହାନ ବ୍ୟକ୍ତିଙ୍କୁ ହରାଇ ଥିବାରୁ ପୁରୁଷୋତ୍ତମପୁର ଏବଂ ଆଖ ପାଖ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ଏହି ଦୁଃଖଦ ସମୟରେ ତାଙ୍କର ସହ ପରିବାର ତଥା ପୁଅ,ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ବନ୍ଧୁପରିଜନ, ଆତ୍ମୀୟ ସ୍ୱଜନ, ଥାନା କର୍ମଚାରୀ,ଆଇନଜୀବି, ଶିକ୍ଷାବିତ,ରାଜନେତା, ବୁଦ୍ଧିଜୀବୀ ଏବଂ ସହରର କିଛି ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଗଞ୍ଜାମ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଅରୁଣ କୁମାର ଗୌଡ