05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁଣି ଜନନୀ ଯନ୍ତ୍ରଣା, ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ


ରାୟଗଡା(ସଖପ୍ର):ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଢ଼ଫାସ ଗ୍ରାମକୁ ରାସ୍ତା ନଥିବାରୁ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ 3କିମି ଖଟିଆରେ ବୋହି ଆଣିଲେ ପରିବାରଲୋକ ଓ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଦୃଶ୍ୟ ପୁଣି ସାମନାକୁ ଆସିଛି, ଡଢ଼ଫାସ ଗ୍ରାମର ଦିବାନ ମାଝିଙ୍କ ପତ୍ନୀ ଆଶାଇ ମାଝୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା,ତାଙ୍କୁ ଡଙ୍ଗାସିଲ ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସକୁ ଯୋଗାଯୋଗ ପରେ କାଶୀପୁରରେ ଥିବା ଆମ୍ବୁଲାନ୍ସ ଡଢ଼ଫାସ ଗ୍ରାମ ଅଭିମୁଖେ ବାହାରି ଗ୍ରାମଠାରୁ 3 କିଲୋମିଟର ଦୂର କୁସୁମଘାଟି ଠାରେ ଅଟକି ଯାଇଥିଲା। ଏହାପରେ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ ଚାଲିଚାଲି ଗ୍ରାମକୁ ପହଁଞ୍ଚିଥିଲେ।ଆମ୍ବୁଲାନ୍ସ କର୍ମଚାରୀ ଓ ଦିବାନ ମାଝୀ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବହୁତ କଷ୍ଟରେ ଗର୍ଭବତୀଙ୍କୁ ନେଇ ଆସିଥିଲେ। ଏଭଳି ଘଟଣା ଏହି ବ୍ଲକରେ ବାରମ୍ବାର ଦେଖା ଦେଉଥିଲେ ମଧ୍ୟ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନ ନେବା ପରିତାପର ବିଷୟ ପାଲଟିଛି। ଗ୍ରାମଗୁଡ଼ିକୁ ପକା ରାସ୍ତା ନଥିବାରୁ ଗର୍ଭବତୀ ଓ ରୋଗୀ ଖଟିଆ କିମ୍ବା ଭାରରେ ବୁହା ହୋଇ ଆସୁଛନ୍ତି। ତେଣୁ ଅପହଞ୍ଚ ଗ୍ରାମଗୁଡିକୁ ପକ୍କାରାସ୍ତା ହୋଇପାରିଲେ ଏହିଭଳି ଜନନୀ ଯନ୍ତ୍ରଣା ହୋଇ ନ ଥାନ୍ତା। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି।

ରାୟଗଡ ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *