ପୁଣି ଖୋଲିଲା ଜୟପୁର କୋଭିଡ୍ ହସ୍ପିଟାଲ

କୋରାପୁଟ ଜିଲ୍ଲା/ଜୟପୁର(ସଖପ୍ର):କରୋନାର ଦ୍ଵିତୀୟ ଲୋହରୀରେ ସାରା ଭାରତ ଏବେ ଚିନ୍ତିତ।କରୋନା ଯେଉଁ ଭଳି ଭାବେ ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟ୍ ଡାଉନ୍ ମଧ୍ୟ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଜୟପୁର ଠାରେ ଥିବା କୋଭିଡ୍ ହସ୍ପିଟାଲଟିକୁ ମଧ୍ୟ ପୁଣିଥରେ ଖୋଲିବାକୁ ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କୋଭିଡ ହସ୍ପିଟାଲଟିକୁ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। କୋରାପୁଟ ଜିଲ୍ଲାରେ ଯେଉଁ ଭଳି ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଇଛି।୧୫୦ ଶଯ୍ୟା ଏବଂ ୧୦ ଟି ଆଇସିୟୁ ବିଶିଷ୍ଟ କୋଭିଡ ହସ୍ପିଟାଲ ଗତବର୍ଷ କରୋନାର କରାଳ ରୂପ ଦେଖି ଖୋଲା ଯାଇଥିଲା। ଜୟପୁର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ତାଙ୍କ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦେଇଥିଲେ।ଜୟପୁର କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟର, ଏବଂ କୋଭିଡ୍ ପାଇଁ ବିଭିନ୍ନ ସରଞ୍ଜାମ କିଣିବା ନିମନ୍ତେ ଏହି ଟଙ୍କା ଦେଇଥିଲେ। ଯାହା ଦ୍ଵାରା କି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜୟପୁର ଅଞ୍ଚଳ ବାସୀ ଉପକୃତ ହେବେ। ଏହି କୋଭିଡ ହସ୍ପିଟାଲ ଗତ ବର୍ଷ ଏପ୍ରିଲ ମାସରେ ଖୋଲାଯାଇଥିଲା। ଏବଂ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାପରେ ଡିସେମ୍ବର ମାସ ଶେଷ ସପ୍ତାହରେ ଏହାକୁ ବନ୍ଦ କରାଯାଇଥିଲା।ଗତ ବର୍ଷ ଏପ୍ରିଲ ମାସରେ ଏହି କୋଭିଡ ହସ୍ପିଟାଲଟିକୁ ପରିଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୫ ଟି ପାଣ୍ଡିୟାନ, ଏବଂ ୨ ଜଣ ସଚିବ ପହଞ୍ଚି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରି ସମିକ୍ଷା କରି ବେଡ୍ ବ୍ୟବସ୍ଥା ଠାରୁ ଆରମ୍ଭ କରି ଭେଣ୍ଟିଲେଟର, ଆଇସିୟୁ , ସମସ୍ତ କକ୍ଷ ବୁଲି ଦେଖିବା ସହ ଉପସ୍ଥିତ ମେଡିକାଲ ଅଧିକାରୀ,ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଜୟପୁର ସ୍ଥିତ କୋଭିଡ ହସ୍ପିଟାଲ ପୁଣି ଥରେ ଖୋଲିବା ଦ୍ଵାରା କରୋନାର ଯେଉଁ ଦ୍ଵିତୀୟ ଲୋହରୀରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ଏହି କୋଭିଡ ହସ୍ପିଟାଲ ଖୋଲିବା ପରେ ଉଚିତ୍ ଚିକିତ୍ସା ପାଇ ଲୋକ ସୁସ୍ଥ ହୋଇପାରିବେ ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ