02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁଣି ଏକାଠି ହେବେ ପୁରୁଣା ସ୍କୁଲ ସାଥୀ, ଆୟୋଜନ ହେବ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ମାଲକାନଗିରି : ପୁଣି ଫେରିବ ସେହି ସ୍କୁଲ ଦିନର ସ୍ମୃତି । ପୁଣି ଏକାଠି ହେବେ ସବୁ ପୁରୁଣା ସ୍କୁଲ ସାଥୀ । ଏପରି କିଛି କରିବାର ଯୋଜନା କରୁଛନ୍ତି ସାବରୀ ବିଦ୍ୟା ଭବନରେ ଅଧ୍ୟୟନ କରିଥିବା କିଛି ପୂର୍ବତନ ଛାତ୍ର । ରବିବାର ସ୍ଥାନୀୟ ଏମଭି ୭୯ ସ୍ଥିତ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ ଏକାଠି ହୋଇଥିଲେ ସାବରୀ ବିଦ୍ୟା ଭବନରେ ଅଧ୍ୟୟନ କରିଥିବା ୧୯୮୦-୯୦ର ବିଦ୍ୟାର୍ଥୀମାନ । ଏହି ବୈଠକରେ ମୁକୁଲ ମଣ୍ଡଳ ସଭାପତିତ୍ବରେ ଚଳିତ ବର୍ଷ ଡିସେମ୍ବର 25 ରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହାସହ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ କିଭଳି ହୃଦୟ ସ୍ପର୍ଶୀ କରିବେ ତାହାକୁ ନେଇ ସେମାନେ ଆଲୋଚନା କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଏମଭି 79 ସାବରୀ ବିଦ୍ୟା ଭଵନରେ ଆୟୋଜନ କରାଯିବ ବୋଲି ନିଯୁକ୍ତି ହୋଇଥିବା କମିଟି ନିଷ୍ପତ୍ତି ନେଇଛନ୍ତି । ଏହି ବୈଠକରେ ସାବରୀ ବିଦ୍ୟା ଭବନର 80 ଜଣ ପୂର୍ବତନ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ। ଜିଲ୍ଲା ଓ ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିବା ଛାତ୍ରଛାତ୍ରୀମାନେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି ।

ପ୍ରଭାତ ସାହା କାଲିମେଳା ପ୍ରତିନିଧି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *