ପୁଜାରୀଙ୍କ ଘରୁ ଟଙ୍କା ଓ ସୁନା ଚୋରୀ ଘଟଣାର ଅଭିଯୁକ୍ତ କାରୀ ନିଜେ ହିଁ ଦୋଷୀ

ରାୟଗଡାଜିଲ୍ଲା (ସଖପ୍ର): ରାୟଗଡା ସଦର ମହକୁମାର ରୋହିତ କଲୋନିରୁ ବି ବିଶ୍ୱ ଗଣପତି ଶର୍ମାଙ୍କ ଘରୁ ଗତ ୩୦/୦୭ ତାରିଖରେ ନଗଦ ୩୦ ଲକ୍ଷ ଓ ଦଶ ଭରି ସୁନା ଚୋରି ହୋଇ ଥିବା କହି ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ସେହି କେସ ନମ୍ବର ୧୫୬/୩୧ ପଞ୍ଜିକୃତ କରାଯାଇଥିଲା। ଏହି ଅଭିଯୋଗ ବଳରେ ତଦନ୍ତ ପାଇଁ ଥାନାଧିକାରୀ ରଶ୍ମି ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଦୁଇଟି ଟିମ ତଦନ୍ତ ଚଳାଇଥିଲେ। ତାଙ୍କ ଘର ତଦନ୍ତ ସମୟରେ କବାଟ ଭାଙ୍ଗି ଯାଇଥିଲା ହେଲେବି ପୋଲିସ ବାହାରୁ ଚୋରି କରିଥିବା ଭଳି କୌଣସି ପ୍ରକାର ସୁରାକ ନ ପାଇ ତାଙ୍କ ମାଆ ଓ ଭାଇକୁ ବାରମ୍ବାର ପଚରା ଉଚରା କରିବାରୁ ବୟାନର ତାଳ ମେଳ ନ ଖାଇବାରୁ ତିନି ଜଣଙ୍କୁ ଅଲଗା ଅଲଗା କରି ପଚାରିବାରୁ ସବୁ ସତକଥା ବାହାରିଥିଲା। ଅଭିଯୋଗକାରୀ ନିଜେ ଆତ୍ମସାତ କରିବା ଉଦ୍ଦେଶ୍ୟରେ ନିଜେହିଁ ଏହି କାଣ୍ଡ ଭିଆଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ପୋଲିସକୁ ଜଣାଇଥିଲା। କିନ୍ତୁ କଥାରେ ଅଛି ପୋଲିସର ହାତ ଲମ୍ବା ସେ ଯଦି ମନ ପ୍ରାଣ ଦେଇ ତଦନ୍ତ କରିବ କେତେବଡ଼ ଅପରାଧର ପରଦା ଫାସ କରିପାରିବ ବୋଲି ବହୁ ଉଦାହରଣ ରହିଛି । ତେଣୁ ତଦନ୍ତ ସମୟରେ ନିଜେ ଶର୍ମା କିଛି ସମ୍ପତି କିଣିବା ନାଁରେ ଅତି ଲୋଭ କରି ଅନ୍ୟତ୍ର ଲୁଚାଇ ରଖିଥିବା ୨୪ ଲକ୍ଷ ଟଙ୍କା ଓ ସୁନା ପୋଲିସକୁ ଦେଇଥିଲେ ଏବଂ ନିଜେ ଏହି କାଣ୍ଡ ଭିଆଇ ଥିବା ମାନି ଥିଲେ। ଏହି ଚୋରି ଘଟଣାରେ ତାଙ୍କ ମା ଓ ଭାଇ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ତଦନ୍ତ ପରେ ସାମନାକୁ ଆସିବ ବୋଲି ଥାନାଧିକାରୀ କହିଛନ୍ତି । ଶ୍ରୀ ରଶ୍ମିରଞ୍ଜନ ପ୍ରଧାନ ଥାନାରେ ଯୋଗ ଦେବାପରେ ବହୁ ଚୋରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ