ପିଡ଼ିଏସ ଚାଉଳ ଚୋରା ଚାଲାଣ ବେଳେ ଗାଡିକୁ ଅଟକ ରଖି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ଆନନ୍ଦପୁର: ହାଟଡିହି ବ୍ଲକ ପଞ୍ଚଗୋଛିଆ ପଞ୍ଚାୟତରେ ହିତାଧିକାରୀଙ୍କୁ ବିତରଣ ପାଇଁ ଆସିଥିବା ପିଡ଼ିଏସ ଚାଉଳ କୁ ହଡପ କରି ଚୋରା ଚାଲାଣ କରୁଥିବା ବେଳେ ଗାଡିକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଚୋରା ଚାଲାଣ ରେ ସ୍ଥାନୀୟ ଜନପ୍ରତିନିଧି ଙ୍କ ସମ୍ପର୍କୀୟ ଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଛି। ଅଟକ ପିକଅପ ଭ୍ୟାନରେ ୧୫ କ୍ୱିଣ୍ଟାଲ ରୁ ଅଧିକ ଚାଉଳ ଥିବା ଜଣା ପଡ଼ିଛି। ଚାଉଳ ହଡ଼ପ ପରେ ସ୍ଥାନୀୟ ଅଞ୍ଚଳରେ ଗଛିତ ରଖାଯାଇଥିବା ଚାଉଳ କୁ ପିକଅପ ଭ୍ୟାନ ଯୋଗେ ପାର କରାଇବାକୁ ଉଦ୍ୟମ ହୋଇଥିଲା ଏହି ସମୟରେ ଗାଁ ଲୋକେ ଏକତ୍ରିତ ହୋଇ ଗାଡ଼ି ଟିକୁ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ।ପୋଲିସ ସମ୍ପୃକ୍ତ ଗାଡିଟି ଜବତ କରି ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚଳାଇଛି।