ପିକ ଅପ ଗାଡ଼ିରୁ ୩ କୁଇଣ୍ଟାଲ ଗଂଜେଇ ଜବତ…

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡ଼ୁମୁଲୁଗୁମା ଥାନା ଅଂଚଳରେ ଏକ ପିକ ଅପ ଗାଡ଼ିରୁ ୩ କୁଇଣ୍ଟାଲ ଗଂଜେଇ ଧରାପଡ଼ିଛି |ସୂଚନା ଅନୁଯାୟୀ, ଏମ ଭି -୩୮ ର ଅମିତ ନମୋ ନାମକ ଯୁବକ ଚିତ୍ରକୋଣ୍ଡା ଅଂଚଳରୁ କଦଳୀ ବୋଝେଇ ପିକ ଅପ ଗାଡି ଭିତରେ ୩ କୁଇଣ୍ଟାଲ ଗଂଜେଇ ଧରି ଉମରକୋଟ ଯାଉଥିଲା |ଏହି ସମୟରେ ଏହାର ଖବର ପାଇ କୁଡ଼ୁମୁଲୁଗୁମା ପୋଲିସ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା କିଛି ପୋଲିସ କର୍ମୀ ସହ ସେହି ଗାଡିକୁ ପିଛା କରି ନନ୍ଦିନୀଗୁଡା ଠାରେ ଧରିଥିଲେ |ତା ପରେ ଅମିତକୁ ହେପାଜତକୁ ନେଇ, ସେହି ଗାଡିଟିକୁ ମଧ୍ୟ ଜବତ କରିଛନ୍ତି |କାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି |