ପାୱାର ଅଫ ୟୁନିଟି ତରଫରୁ ରକ୍ତଦାନ ଶିବିର…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ରକ୍ତ ଅଭାବକୁ ଦୂର କରିବା ପାଇଁ ବିଭିନ୍ନ ସଂଗଠନ ରେଡକ୍ରସ ସହ ମିଶି ରକ୍ତ ଦାନ ଶିବିର କରୁଛନ୍ତି |ଏହି କ୍ରମରେ ଆଜି ଖଇରପୁଟ ବ୍ଲକ ରାସଵେଡା ପଂଚାୟତ ର ବୁଟିଗୁଡା କଲୋନୀଠାରେ ଏକ ରକ୍ତଦାନ ଶିବିର ପାୱାର ଅଫ ୟୁନିଟି ତରଫରୁ ଅନୁଷ୍ଠିତ ହୋଇଥିଲା |ଏଥିରେ ମୁଖ୍ୟ ଅତିଥି ରୂପେ ପବିତ୍ର ମହନ ବାରା (ଓ ଏଲ ଏମ ଏବଂ ଡି ପି ଏମ ), ମୁଖ୍ୟବକ୍ତା ରୂପେ ରତ୍ନାକର ଦାଶ, ସମ୍ମାନିତ ଅତିଥି ରୂପେ ରାସବେଡା ସରପଞ୍ଚ ପ୍ରମିଳା ଗୁଟା, ଯୁବ ରେଡ଼କ୍ରସର ସମ୍ପାଦକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ, ସମାଜସେବୀ ଆନନ୍ଦ ଚାରକି ଓ ପାୱାର ଅଫ ୟୁନିଟର ସଦସ୍ୟମାନେ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମରୁ ୨0ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା |ଏହି କାର୍ଯ୍ୟକ୍ରମକୁ ଘାସିରାମ ଗୁଟା ପରିଚାଳନା କରିଥିଲେ |