ରାୟଗଡ଼ାଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାଜ୍ୟରେ ଗତ ୨ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଗୁଣପୁର ଅଞ୍ଚଳସ୍ଥିତ ପାହାଡ଼ରୁ ବିଶାଳ ପଥରଖଣ୍ଡ ଖସି ରାସ୍ତା ମଝିରେ ପଡ଼ିଛି। ସୂଚନା ଅନୁସାରେ ଗତ ୨ଦିନ ଧରି ଗୁଣୁପୁରରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିଯାଇଛି। ତେବେ ଏହି ସମୟରେ ଗୁରୁବାର ଭୋରରେ ଗୁଣୁପୁର ଅଞ୍ଚଳ ସ୍ଥିତ ପାହାଡରୁ ମାଟି ଧସି ଏକ ବିରାଟ କାୟ ପଥର ଖଣ୍ଡ ଧସି ରାସ୍ତା ଉପର ପଡ଼ିଛି। ଏଥିରେ କେହି ଆହତ ହୋଇନଥିବା ଜଣାଯାଇଛି। ଫଳରେ ପୁଟାସିଂ ପଞ୍ଚାୟତର ରେଜିଂତାଲ୍ ରାସ୍ତା ଅବୋରଧ ହୋଇଯାଇଛି। ରାସ୍ତା ଉପରେ ପଥର ପଡିଯିବାରୁ ଗାଁ ଲୋକେ ଯାତାୟତ କରିପାରୁନାହାନ୍ତି । ଅନ୍ୟପଟେ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ଚାଲିଥିବା ଜଣାଯାଇଛି, ଫଳରେ ଗୁଣୁପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ରହିଛି । ତେବେ ଲଗାଣ ବର୍ଷା ଲାଗି ରହିଥିବାରୁ ଯୋଗାଯୋଗ ସ୍ୱାଭାବିକ ହୋଇପାରୁନାହିଁ । 2.30 ସୁଦ୍ଧା ରାସ୍ତାରୁ ପଥର ହଟିବ ବୋଲି ସୂଚନା ଦେଲେ ଗୁଣୁପୁର ଉପଜିଲ୍ଲାପାଳ ଡ଼କ୍ଟର ଶୀଧେସ୍ୱର ବଳିରାମ ବନ୍ଦର ଏବଂ ରାୟଗଡା ଜିଲ୍ଲା ପ୍ରକଳ୍ପ ପ୍ରସାଶକ ଅମୃତ ଋତୁରାଜ।
ସବୁବର୍ଗ ଖବର