ପାହାଡ଼ିଆ ଅଂଚଳ ଗସ୍ତ କରି ଲୋକଙ୍କୁ ଦେଇଥିବା ପ୍ରତିଶୃତି ଓ ସମସ୍ୟାର ସମାଧାନ ହୋଇଛି କି ନାହିଁ ପଚାରି ବୁଝିଲେ ବିଧାୟକ

ରାୟଗଡା:( ଅମୁଲ୍ୟ ନିଶଙ୍କ ଜ଼ିଲ୍ଲା ପ୍ରତିନିଧି ) ଦିନିକିଆ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗ୍ରସ୍ତରେ ଆସି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଅପହଞ୍ଚ କଣ୍ଡାବାରିଡି ଗ୍ରାମକୁ ଆସି ବିଭିନ୍ନ କାର୍ଯ୍ୟର ସ୍ଥିତି ପରଖିଛନ୍ତି । ରାମନାଗୁଡା ବ୍ଲକ ଠାରୁ ୬କିଲୋମିଟର ପାହାଡିଆ ଅଞ୍ଚଳରେ ଯାଇ କଣ୍ଡାବାରିଡି ଗ୍ରାମରେ ହୋଇଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି । ସେହିପରି ସେ ନିଜ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପାଇଁ କହିବା ସହ ଏଥି ପୂର୍ବରୁ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ନିଜ ସାଂସଦ ପାଣ୍ଠିରୁ ୫ଲକ୍ଷ ଟଙ୍କାର ଯୋଗାଇ ଦେଇଥିଲେ । ସେହିପରି ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ ୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିବା କହିଥିଲେ । ସେହିପରି ଏହି ଗାଁ’କୁ ରାସ୍ତା ନଥିବାରୁ ସରକାରଙ୍କ ବିକାଶମୂଳକ ଯୋଜନା ପହଞ୍ଚି ପାରୁନଥିବା କହିବା ସହ ବିଧାୟକଙ୍କ ଦୀର୍ଘ ୧୦ମାସ ଏହି ଗ୍ରାମ ଗ୍ରସ୍ତ ପରେ ଏହାର ରାସ୍ତା ମରାମତି ଦିଗରେ ପଦକ୍ଷେପ ନିଆଯାଇଥିବା କହିଥିଲେ । ନବୀନ ସରକାରଙ୍କ ପଞ୍ଚମପାଳିରେ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆଯାଇଥିବା ଟାସ୍କ ଦିଆଯାଇ ଥିବାବେଳେ ଦୀର୍ଘ ୧୦ମାସ ପରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗ୍ରାମରେ ପାନୀୟଜଳ ବ୍ୟବସ୍ଥା ସମ୍ପର୍କରେ ଘୋର ଅସୁବିଧା ସମ୍ପର୍କରେ ଗ୍ରାମବାସୀମାନେ ବିଧାୟକଙ୍କୁ କହିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବିଧାୟକ ରାସ୍ତା ନିର୍ମାଣ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଥିବା କହିଥିଲେ । ରାଜ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ କଣ୍ଡାବାରିଡି ନିମନ୍ତେ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କହିଛନ୍ତି । ଏଥି ପୂର୍ବରୁ ମଧ୍ୟ ଯୁବ ଆଇଏଏସ ତଥା ରାୟଗଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ କଣ୍ଡାବାରିଡି ଗ୍ରାମ ଗସ୍ତ କରି ଗ୍ରାମର ବାସ୍ତବ ସ୍ଥିତି ପରଖିଥିଲେ । ପୂର୍ବରୁ ବିଧାୟକଙ୍କ ଅପହଞ୍ଚ ଗ୍ରାମକୁ ସ୍ଥିତି ପରଖିବାରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରଂଶସା କରାଯାଇଥିଲା । ବିଧାୟକଙ୍କ ଏହି ଗ୍ରସ୍ତ ସମୟରେ ଗୁଣୁପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ, ରାମନାଗୁଡା ବିଡ଼ିଓ ବେଣୁଧର ଶବର, ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭୀରିକା, ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ନାଏବ ସରପଞ୍ଚ ବୁଧଦେବ ମାଣ୍ଡାଙ୍ଗି, କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, ହରେକୃଷ୍ଣ ପଣ୍ଡା, ଡ଼଼ବ୍ଲୁଇଓ ଜୟଶ୍ରୀ ବିିଷୋୟୀ, ବିଜେଡି ଯୁବ ସଂପାଦକ ପିିିଙ୍କୁ ପଣ୍ଡା, ଯୁବନେତା ଅମିତ ମହାରଣା, ରଞ୍ଜନ ନାୟକବେହେରା, କମଳଲୋଚନ ମୁଟିକା ଉପସ୍ଥିତ ଥିଲେ ।