04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ


କୋରାପୁଟ ଜିଲ୍ଲା(ସଖପ୍ର): କୋଟପାଡ଼ ଶ୍ରୀଶ୍ରୀଶ୍ରୀ ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କୋଭିଡ-୧୯ ର ସମସ୍ତ ନିୟମ ପାଳନ କରିବା ସହିତ ବିଧି ବିଧାନ ଅନୁଯାୟୀ ପର୍ବ ପାଳନ ପାଇଁ ଜିଲ୍ଲାପାଳଙ୍କୁ ପର୍ବ ପାଳନ ସମ୍ବନ୍ଧୀୟ ବିବରଣୀ ତହସିଲଦାରଙ୍କ ଜରିଆରେ ପ୍ରେରଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।କୋଟପାଡ଼ ତହସିଲଦାର ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଶହରା ପରିଚାଳନା କମିଟି ଗଠନ କରାଯାଇ ସର୍ବ ସମ୍ମତି କ୍ରମେ ଶ୍ରୀ ଗଣେଶ ପଣ୍ଡାଙ୍କୁ ସଭାପତି, ଶ୍ରୀ ବାପୁନ ତ୍ରିପାଠୀଙ୍କୁ ସମ୍ପାଦକ ଓ ଶ୍ରୀ ସୁନୀଲ ତ୍ରିପାଠୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ମନ୍ତ୍ରୀ ପ୍ରତିନିଧି ଶ୍ରୀ ସୁଧୀର ଚନ୍ଦ୍ର ମହାନ୍ତି, ସୁଶାନ୍ତ ବକ୍ସି, ପଙ୍କଜ ପାତ୍ର, ରାମେଶ୍ଵର ଜେନା, ହରିଶ କୁମାର ପଟ୍ଟନାୟକ, ରଞ୍ଜନ ମହୁରିଆ, ମନୋହର ବିଷୋୟୀ, କିଶୋର ମିଶ୍ର, ଟଙ୍କଧର ନାୟକ, ଶେଖର ଦାଶ, ତପନ ପଟ୍ଟନାୟକଙ୍କ ସମେତ ଦେବୋତ୍ତର କମିଟିର ସଦସ୍ୟମାନେ ଉପସ୍ଥିତ ରହି ମନ୍ଦିର ପୂଜକ ଓ ସେବାୟତଙ୍କ ପରାମର୍ଶ କ୍ରମେ ସୁରୁଖୁରୁରେ ପର୍ବ ପାଳନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାଯାଇଛି । କମିଟିର ଆବାହକ ଶ୍ରୀ ସୁଜିତ କୁମାର ମିଶ୍ର ପୁର୍ବପାଠ ବିବରଣୀ ପ୍ରକାଶ କରିଥିଲେ ।ଜିଲ୍ଲାପାଳଙ୍କ ଠାରୁ ଚିଠି ଆସିବା ପରେ ଡାକବାଜୀ ଯନ୍ତ୍ର ଦ୍ବାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବାସୀଙ୍କ ଅବଗତି ନିମନ୍ତେ ଜଣାଇବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *