ପାଠ ପଢିବାକୁ ପାହାଡକୁ ନେଟୱାର୍କ ପାଇଁ ଯାଇ ଜୀବନ ଗଲା
ରାୟଗଡା(ସଖପ୍ର): ରାୟଗଡାଜିଲ୍ଲା ପଦ୍ମପୁର ବ୍ଲକ ପାଣ୍ଡରାଗୁଡାଗ୍ରାମ ପାହାଡ଼ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ମାତ୍ର 13 ବର୍ଷର ଛାତ୍ର ଆନ୍ଦ୍ରେୟ ଜାଗାରାଙ୍ଗା ଅନ୍ ଲାଇନରେ ପାଠ ପଢିବାକୁ ଗାଁରେ ନେଟୱାର୍କ ନ ଥିବାରୁ ପାହାଡଉପରକୁ ଯାଇଥିଲା। ହେଲେ ଦୁର୍ଭାଗ୍ୟର ବିଷୟ ପାହାଡ ଉପରେ ପଥରଖସି ଛାତ୍ର ଉପରେ ପଡିଗଲା।ଫଳରେ ଛାତ୍ରକୁ ଗୁରୁତର ଅବସ୍ଥାରେ ପ୍ରଥମେ ପଦ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା,କିନ୍ତୁ ଛାତ୍ରର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରିବା ସମୟରେ ତାର ମୃତ୍ୟୁ ଘଟିଥିଲା। ମୃତଛାତ୍ର ଆନ୍ଦ୍ରେୟ କଟକର ଏକ ମିଶନାରୀ ସ୍କୁଲରେ ପଢୁଥିଲାବୋଲି ଖବର ମିଳିଛି। ଗାଁରେ ମୋବାଇଲ ନେଟୱାର୍କ ନଥିବାରୁ ପିଲାମାନେ ଅନଲାଇନରେ ପଢ଼ିବା କଷ୍ଟକର ହେତୁ, ନେଟୱାର୍କ ପାଇଁ ନିକଟରେ ଥିବା ପାହାଡ଼ଉପରେ ନେଟୱାର୍କ ଆସୁଥିବାରୁ ପାହାଡ଼ଚଢ଼ି ଏପରି ଘଟଣା ଘଟିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ଏଣୁ ପ୍ରଶାସନ ପିଲାଙ୍କ ଅନଲାଇନ ପାଠପଢ଼ିବାକୁ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି, ନଚେତ ଅନେକ କଅଁଳ ଜୀବନ ଅକାଳରେ ଝଡ଼ିପଡିବ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ