ପାଇଖାନା ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ
ମାଲକାନଗିରି(ସ. ଖ. ପ୍ର ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଚିତ୍ରକୋଣ୍ଡା ବିଡ଼ିଓ ଲରିମାନ ଖର୍ସେଲଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ଏପରିକି ବିନା ଅନୁମତିରେ ତାଙ୍କୁ ହେର୍ଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ରହିଛି । ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା|