ପାଇକମାଲ କ୍ରସର ୟୁନିୟନ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୦ହଜାର ପ୍ରଦାନ

ବରଗଡଜିଲ୍ଲା : କରୋନା ମୁକାବିଲା ସକାଶେ ବିଭିନ୍ନ ସଂଗଠନ ଅନେକ ମାଧ୍ୟମରେ ସାହାଯ୍ୟ କରୁଛନ୍ତି। ଏହିପରି ବରଗଡ ଜିଲ୍ଲାର ପାଇକମାଲ କ୍ରସର ୟୁନିୟନ ତରଫରୁ ମହାମାରୀ କରୋନା ମୁକାବିଲା ପାଇଁ ତିରିଶ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହଯୋଗ ପ୍ରଦାନ କରିଛନ୍ତି । କ୍ରସର ୟୁନିୟନର ନନ୍ଦକିଶୋର ଶ୍ରୀବାସ୍ତବ , ଶତ୍ରୁଘନ ସାହୁ , ସୁମିତ ଅଗ୍ରଓ୍ବାଲ , ହୁକୁମ ଅଗ୍ରଓ୍ବାଲ , ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଉପଜିଲ୍ଳାପାଳ ପଦ୍ମପୁର ତନ୍ମୟ କୁମାର ଦରଓ୍ବାନଙ୍କ ମାଧ୍ୟମରେ ତହସିଲ କାର୍ଯ୍ୟାଳୟ ପାଇକମାଲ ଠରେ ତିରିଶ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି ଏବଂ ଗରିବ ଲୋକଙ୍କ ଖାଦ୍ୟ ବ୍ୟବସ୍ଥା ପାଇଁ ଦଶ ହଜାର ଟଙ୍କାର ଶୁଖିଲା ଖାଦ୍ୟ ସାମଗ୍ରୀ ମଧ୍ୟ ଦେଇଛନ୍ତି। ଏହି ଦୁଃସମୟରେ କ୍ରସର ୟୁନିୟନର ମହାନ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।
ବରଗଡ ବ୍ୟୁରୋ ମୋତିଲାଲ ବାଗ