ପରିବେଶ ସୁରକ୍ଷା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ରାୟଗଡା (ସଖପ୍ର):–ପରିବେଶ ସୁରକ୍ଷା ନିମନ୍ତେ ଜାତୀୟ ଗ୍ରୀନ ଟ୍ରିବୁନାଲର ଆଦେଶ ଅନୁଯାୟୀ ଜିଲ୍ଲା ସ୍ଥରରେ ଅଧୁନାତନ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଗତ ତା27/07/021ରିଖଦିନ ଏକ ବୈଠକ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରୋକ୍ଷିଅଧିକ୍ଷକ, ରାୟଗଡ, ଶ୍ରୀ ବିବେକାନନ୍ଦ ଶର୍ମା, ପିଡି, ଡ଼ିଆରଡ଼ିଏ, ରାୟଗଡ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ,ଡିଫଓ ରାୟଗଡ ଶ୍ରୀ ବିଜୟ କୁମାର ପରିଡା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର କରଙ୍କ ଉପସ୍ଥିତରେ ପରିବେଶ ସ୍ୱରକ୍ଷା ଓ ପରିଚାଳନା ଉପରେ ଆଲୋଚନା କରିଥିଲେ । ବିଶେଷକରି କଳକାରଖାନାରୁ ନିର୍ଗତ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା, ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା,ବାୟୁ ପ୍ରଦୂଷଣ ପରିଚାଳନା, ଜୈବ ବର୍ଜ୍ୟ ବସ୍ତୁ ପରିଚାଳନା, ପ୍ରଦୂଷଣ ପରିଚାଳନା ଉପରେ ଆଲୋଚନା କରିଥିଲେ । ଶିଳ୍ପ ସଂସ୍ଥାରୁ ନିର୍ଗତ ପ୍ରଦୂଷଣକୁ ପରିଚାଳନା ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ବୈଠକରେ ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କୁ ଯତ୍ନବାନ ହେବାକୁ ନିର୍ଦେଶ ଦେବାସହ ଏଥି ପ୍ରତି ଦୃଷ୍ଟି ଏକ ଅଧୁନାତନ ଯୋଜନା ପ୍ରସ୍ତୁତି କରିବାକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ମଲ୍ଲିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାୟଗଡ ଶ୍ରୀ ଦୁଃଶାସ ପ୍ରହରାଜ,,ଉଦ୍ୟାନ କୃଷି ଉପନିର୍ଦ୍ଧେଶକ, ରାୟଗଡ ଶ୍ରୀ ପତିତପାବନ ସାମନ୍ତରାୟ , ଜନ ସ୍ଵlସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ, ରାୟଗଡ ଶ୍ରୀ ଶରତ କୁମାର ପାଣିଗ୍ରାହୀ,ଜେକେ କାଗଜ କଲର ପରିବେଶ ଅଧିକାରୀ ଶ୍ରୀ ସତ୍ୟଜିତ ମହାନ୍ତି , ଇମ୍ଫା ଥେରୁବାଲିର ପରିବେଶ ଅଧିକାରୀ ଶ୍ରୀ ଦୀନେଶ ମହାନ୍ତି , ପୌର ପରିଷଦର ବିର୍ବାହୀ ଅଧିକାରୀ, ରାୟଗଡ ୟାସାର ବିଲ୍ଲାଳ ଅହମଦ, ଗୁଣପୁର ପୌର ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ ପ୍ରମୁଖ୍ ଉପସ୍ଥିତ ଥିଲେ ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ