11/10/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପରିବେଶ ସୁରକ୍ଷା ଓ ନିଶାନିବାରଣ ନିମନ୍ତେ ଅଣ୍ଟା ଭିଡିଲେ ଛାତ୍ରଛାତ୍ରୀ

ବାଲେଶ୍ଵର,୨୪/୧୦–ସାମାଜିକ ମୂଲ୍ୟବୋଧ ହରାଇ ଦିଗହରା ହୋଇପଡ଼ିଥିବା ଏ ସମାଜକୁ ଠିକଣା ରାସ୍ତାରେ ନେଇ ଏକ ଆଦର୍ଶ ସମାଜ ଗଡି ତୋଳିବା ପାଇଁ କିଛି ଛାତ୍ର ଛାତ୍ରୀ ଅଣ୍ଟା ଭିଡିଛନ୍ତି । ଏ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ । ସମାଜରେ ବର୍ତ୍ତମାନ ଯେପରି ନିଶା କାରବାର ଚୋରି ଡକାୟତି ରାହାଜାନୀ ଓ ଗଣ ଦୁଷ୍କର୍ମ ଭଳି ଅପରାଧିକ ଘଟଣା ଘଟୁଛି ତାହା ସହ ଡି.ଜେ. ସାଉଣ୍ଡ ଦ୍ୱରା ଯେପରି ଶବ୍ଦ ପ୍ରଦୂଷଣ ହେଉଛି ସେଥିରେ ସେମାନେ ଅତିଷ୍ଠ ହୋଇ ଗତ ୮ ତାରିଖ ଦିନ ଏକ ଲିଖିତ ଅଭିଯୋଗ କେତେକ ସ୍କୁଲର ଛାତ୍ରଛାତ୍ରୀମାନେ ଖଇରା ଥାନାରେ କରିଥିଲେ । ସିଗାରେଟ୍, ବିଡ଼ି, ଗଞ୍ଜେଇ, ବାଣ ପ୍ରଭୃତି ରୁ ନିର୍ଗତ ହେଉଥିବା ଦୂଆଁ ବାୟୁ ମଣ୍ଡଳକୁ ପ୍ରଦୂଷିତ କରୁଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତି କାରକ ହେବାସହ ଏହି ଦୁଆଁ ଆକାଶ ମାର୍ଗରେ ଆଚ୍ଛାଦିତ ହେଉଥିବାରୁ ଓ କିଛି ଧୂଆଁ ବାୟୁମଣ୍ଡଳର ନିମ୍ନ ସ୍ତରରେ ରହୁଥିବାରୁ ବଜ୍ରପାତ ସମୟରେ ଏହା ବିଦ୍ଯୁତର ସୁପରିବହି ଓ କୁପରି ବହି ରୂପେ କାମ କରୁଥାଏ । ତେଣୁ ବଜ୍ରପାତ, ଘୂର୍ଣି ଝଡ଼, ଭୂମିକମ୍ପ ଓ ପାଣିପାଗର ଅନୀୟ ମିତତା ଭଳି ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ନିକଟ ଅତୀତରେ ରାଜସ୍ଥାନ ଓ ପଞ୍ଜାବର ଚାଷୀମାନଙ୍କ ଦ୍ଵାରା ଚାଷ ଜମିରେ ନଡ଼ାକୁ ନିଆଁ ଲଗାଇବାରୁ ସେ ଧୂଆଁର ପ୍ରଭାବ ଦୀଲ୍ଲି ମୋହ ନଗରୀ ଉପରେ ପଡୁଛି । ଏ କଥା ବୈଜ୍ଞାନିକମାନେ ପ୍ରକାଶ କରିବା ପରେ ଜଣେ ଆଦର୍ଶ ବିଜ୍ଞାନ ଶିକ୍ଷକ ପ୍ରଦୀପ୍ତ କୁମାର ଶନିବିଗ୍ରହ ତାଙ୍କର ଆଦର୍ଶ ଗତ ଚିନ୍ତାଧାରାକୁ ଏହି କୋମଳ ମତି ପିଲାମାନଙ୍କ ଜୀବନ ଶୈଳୀ ଉପରେ ପ୍ରତିଫଳିତ କରିବାର ପ୍ରୟାସ କରିଛନ୍ତି । ଛାତ୍ରଛାତ୍ରୀ ମାନେ ଏଥିରେ ପ୍ରଭାବିତ ହୋଇ ଏହିଭଳି ଏକ ଆଦର୍ଶ ଚିନ୍ତାଧାରାକୁ ଆପଣାଇ ନେଇଛନ୍ତି । ଏହା ସହିତ ଡି. ଜେ. ସାଉଣ୍ଡ ବାୟୁମଣ୍ଡଳରେ ଶବ୍ଦପ୍ରଦୂଷଣ କରୁଥିବାରୁ ଏହା ହୃଦ୍ ରୋଗୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଏହି ଶିକ୍ଷକଙ୍କ ପରାମର୍ଶ କ୍ରମେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ଏହାର କିଛି ସୁଫଳ ନ ମିଳିବାରୁ ଗତକାଲି ଆଉ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଥାନା ଅଧିକାରୀଣୀଙ୍କ ଅନୁପସ୍ଥତିରେ ASI ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ଏହି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ତାଙ୍କର ମୁଖ୍ୟ ଦାବି ଥିଲା ଦୀପାବଳିରେ ବାଣ ବିକ୍ରି ବନ୍ଦ ହେଉ । ASI ପ୍ରଦୀପ୍ତ କୁମାର ମହାନ୍ତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ଯେ ଆମେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମିଶି ଏ ଯାବତ୍ ୩୨ ଗୋଟି ଗ୍ରାମକୁ ଯାଇ ମଧ୍ୟ ପାନ, ଧୁମପାନ, ବାଣ ଫୁଟା ଓ ଡିଜେ ସାଉଣ୍ଡ ବିରୋଧରେ ଜନ ସଚେତନତା ସୃଷ୍ଟି କରିଛୁ ଆଗାମୀଦିନରେ ଏହାକୁ ସୁଦୂର ପ୍ରସାରି କରିବାକୁ ଚିନ୍ତାଧାରା ନେଇଛୁ । ତେବେ ଦେଖାଯାଉ ଏହି କୋମଳ ମତି ଛାତ୍ରଛାତ୍ରୀ ମାନଙ୍କର ଏଭଳି ଆଦର୍ଶ ଗତ ଚିନ୍ତା ଧାରା ସମାଜ ଉପରେ କିଭଳି ପ୍ରତି ଫଳିତ ହେଉଛି । ଏଥିରେ ବିଭିନ୍ନ ବିଦ୍ଯାଳୟରୁ ଉଦୟ କୁମାର ଗିରି,ସତ୍ଯପ୍ରକାଶ ସାମଲ,ଓମ୍ ପ୍ରକାଶ ଗିରି,ରାଜଶ୍ରୀ ପଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ଓମ୍ ପ୍ରକାଶ ରାଉତ,ରଶ୍ମୀରଞ୍ଜନ ରାଉତ,ପ୍ରିତମ କୁମାର ଲେଙ୍କା,ପ୍ରଦୀପ ବେହେରା, ପଙ୍କଜ ନାୟକ, ଭବେଶ କୁମାର ଲେଙ୍କା ଓ ନିହାର ରଞ୍ଜନ ରାଉତ ପ୍ରମୁଖ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ–ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *