12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପରିବା ବଜାରରେ କରୋନା ମାଡ଼…

ମାଲକାନଗିରି (ସ.ଖ.ପ୍ର ):ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |ମାଲକାନଗିରିରେ ମଧ୍ୟ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |କେତେବେଳେ ଲକ ଡାଉନ ତ କେତେବେଳେ ସଟ ଡାଉନ ଓ କେତେବେଳେ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରୁଛି ଜିଲ୍ଲା ପ୍ରଶାସନ |ଏହା ଦ୍ୱାରା ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକ ଅଧିକ ହନ୍ତସନ୍ତ ହେଉଛନ୍ତି |ରୋଜଗାର ନାହିଁ କିନ୍ତୁ ପନିପରିବାର ଦର ବଢ଼ିବାରେ ଲାଗିଛି |ବଜାରରେ ୧ କିଲୋଗ୍ରାମ ଆଳୁ ୩୫ ଟ, ଫୁଲକୋବି ୮0ଟ, ସାନ କାଙ୍କଡ଼ ୨00ଟ, କଦଳୀ ୫0ଟ, ବାଇଗଣ ୫0ଟ, ବିନ୍ସ ୮0ଟ, ଭେଣ୍ଡି ୬0ଟ, ପୋଟଳ ୫0ଟ, ଟମାଟ ୮0ଟ, କଲରା ୬0ଟ, ସିମ୍ଲା ମରିଚ ୧୨0ଟ ରେ ବିକ୍ରି ହେଉଛି |ଗରିବ ଓ ଦିନ ମଜୁରିଆମାନେ ପରିବା ଛୁଇଁବାକୁ ଡରୁଛନ୍ତି, କିଣିବା ତ ଦୂର କଥା |ମଧ୍ୟବିତ୍ତ ପରିବାର କଷ୍ଟେମଷ୍ଟେ କେଜି ଜାଗାରେ ୨୫ 0ଗ୍ରା କିଣିକି ଆଣୁଛନ୍ତି |ଗ୍ରାହକମାନେ ଦୁଃଖରେ କହିଛନ୍ତି” ଆମେ ବହୁତ କଷ୍ଟ ଭୋଗୁଛୁ, କରୋନା ଆମର ମେରୁଦଣ୍ଡ ଭାଙ୍ଗିଦେଇଛି “|ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *