ପରିବା ଦରକୁ ଛୁଇଁଲେ କରେଣ୍ଟ ମାରୁଛି…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ ଏବେ ଲୋକେ ପରିବା କିଣିବା ପାଇଁ ଡରିଲେଣି |ପ୍ରତ୍ୟେକ ଲୋକ ସୁସ୍ଥ ରହିବାକୁ ହେଲେ ନିଜ ଖାଇବାରେ ପରିବା ତରକାରୀ ଖାଇଥାନ୍ତି |ଆଜି ମାଲକାନଗିରି ସଦରରେ ହାଟରେ ଟମାଟ ୬0ଟଙ୍କା, ଫୁଲକୋବି ୬0ଟଙ୍କା, ସିମ୍ଲା ମରିଚ ୧୫0ଟଙ୍କା, କାଙ୍କଡ଼ ୮0ଟଙ୍କା, ଗାଜର ୮0ଟଙ୍କା, ବିନ୍ସ ୮0ରୁ ୧00ଟଙ୍କା ଓ ଅନ୍ୟ ପରିବା ର ଦାମ ମଧ୍ୟ ଅଧିକ ଥିଲା |କେତେକ ଗ୍ରାହକ କହିଛନ୍ତି ଏପରି ଦାମ ବଢିଲେ ଆମେ ପରିବା ଖାଇବାକୁ ଛାଡିଦେବୁ |କେତେ ଜଣ ବ୍ୟଙ୍ଗାତ୍ମକ ଆଳରେ କହିଛନ୍ତି ଯେ ପରିବା ଦେଖିଲେ କରେଣ୍ଟ ମାରୁଛି |ପ୍ରଶାସନ ହୁ ହୁ ହୋଇ ବଢୁଥିବା ପରିବା ଦରକୁ ଯଥାଶୀଘ୍ର ଦୃଷ୍ଟି ଦେଇ କମାଇବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି |