ପରୀକ୍ଷିତ ଘାଟିରେ ଦୁଇ ଟ୍ରକ ଓ ଭ୍ୟାନ ମଧ୍ୟରେ ଦୁର୍ଘଟଣା ମାନବିକତା ଦେଖାଇଲେ ମନ୍ତ୍ରୀ

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ରାମନାଗୁଡ଼ା ବ୍ଲକ ର ପରୀକ୍ଷିତ ଘାଟିରେ ଏକ ଚାଉଳ ଭ୍ୟାନ 18ବି 7119 ସହ ଏସo 8ୟୁ ବି 7758ମଧ୍ୟରେ ଧକ୍କା ହୋଇଥିଲା ଭ୍ୟାନ ଟି ଗୁଣୁପୁର ରର ଚାଉଳ ବୋଝେଇ କରି ରାୟଗଡା ଅଭିମୁଖେ ଯାଉଥିଲା ଏହି ସମୟରେ ପାରିକ୍ଷିତି ଘାଟି ରେ ମୁନିଗୁଡାରୁ ଠାରୁ ରାମନାଗୁଡ଼ା ଅଭିମୁଖେ ଯାଉଥିବା ଟ୍ରକ ଏସo ୟୁ ବି 7758 ଓ ଘାଟିର ରାସ୍ତା ପାର୍ଶ୍ୱ ରେ ଛିଡା ହୋଇଥିବା ଏକ ଟ୍ରକ ଏସ 24ଟି 1125 ର ମଧ୍ୟ୍ୟ ଭାଗ ରେ ଭ୍ୟାନ ଟି ଆସି ଟ୍ରକ 7758 ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ଯଦ୍ୱାର ଭ୍ୟାନ୍ତି ଦୁର୍ଘଟଣା ରେ କ୍ଷତିଗ୍ରସ୍ତ ହୋଇଛି ଭ୍ୟାନ ଚାଳକ ଆହତ ହୋଇଛନ୍ତି ଦୁର୍ଘଟଣା ଯୋଙ୍ଗୁ ରାସ୍ତା ଅବରୋଧ ହୋଇଯାଇଥିଲା। ଠିକ ଏହି ସମୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓଡିଶା ରାୟଗଡା ରୁ ଗୁଣୁପୁର ଯାଉଥିଲେ। ଏହି ସମୟରେ ଦୁଘଟଣା ସ୍ଥଳ ରେ ପହଂଚି ଥିଲେ। ରାସ୍ତା ଅବରୋଧ ଯୋଗୁ ରାମନାଗୁଡ଼ା ପୋଲିସକୁ ଖବର ଦେଇଥିଲେ ତା ସାଙ୍ଗେ ସାଙ୍ଗେ ଦୁର୍ଘଟଣାରେ ଫସିଥିବା ବ୍ୟକ୍ତି ଙ୍କୁ ବାହାର କରିଥିଲେ ଓ ରାମନାଗୁଡ଼ାର ବିଜେଡି କର୍ମୀ ଓ ଆଖ ପାଖର ଜନସାଧାରଣଙ୍କ ସାହାଯ୍ୟରେ ଦୁର୍ଘଟଣାକାରୀଙ୍କୁ ଉଦ୍ଧାର କରି ଡାକ୍ତର ଖାନା କୁ ପଠାଇଥିଲେ। ବିଜେଡି ର ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ ନିଜର ସାଙ୍ଗ ସାଥୀ ଙ୍କୁ ନେଇ ଘଟଣା ସ୍ଥଳ ରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ। ମନ୍ତ୍ରୀଙ୍କ ଏହି କାର୍ଯ୍ୟ ପାଇଁ ଏହି ଅଂଚଳର ଜନସାଧାରଣ ବହୁ ପ୍ରସଂଶାର ସୁଅ ଛୁଟିଛି।