04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପରକନମାଳା ପ୍ରଧାନସେବକଙ୍କ ବିରୋଧରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାବୀପତ୍ର..

ମାଲକାନଗିରି :ମାଲକାନଗିରି ଜିଲ୍ଲା ରେ ସରକାରଙ୍କ ଅଜବ ନୀତି |ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗର ଆଶ୍ରମ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ବହୁତ ଅଵ୍ୟବସ୍ତା ଲାଗିରହିଛି |ଆଶ୍ରମ ବିଦ୍ୟାଳୟ ଗୁଡିକ ରେ ଜଣେ ଜଣେ ପ୍ରଧାନ ସେବକଙ୍କୁ ଦୁଇ ତିନିଟି ବିଦ୍ୟାଳୟର ଦାୟିତ୍ୱ ଦିଆଯାଇଛି |ସୂଚନା ଥାଉକି, ସିନ୍ଧି ଗୁଡା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ସେବକ ଶ୍ରୀ କେ ବି ସୁନାମୁଦୀଙ୍କୁ ତାଙ୍କ ବିଦ୍ୟାଳୟ ସହ ପରକନମାଳା ଆଶ୍ରମ ବିଦ୍ୟାଳୟ ର ଦାୟିତ୍ୱ ଦିଆଯାଇଛି |ସିନ୍ଧିଗୁଡାର ଜଣେ ଅଭିଭାବକ ସାର ନ ର ହିବାରୁ ବିଦ୍ୟାଳୟରେ ଠିକ ଭାବରେ ପାଠ ପଢ଼ାଯାଉନି ବୋଲି ଅଭିଯୋଗ କରିଛନ୍ତି |ନିଜ ନାମ ଗୁପ୍ତରଖି ଜଣେ ଶିକ୍ଷକ କହିଛନ୍ତି ଯେ ଆମେମାନେ ବି ଏଡ଼ ସାରି ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୨0ବର୍ଷ ହେଲା ଚାକିରୀ କରିଛୁ କିନ୍ତୁ ଆମକୁ ଅଣଦେଖା କରାଯାଉଛି |ଆମ ଜିଲ୍ଲାରେ ବହୁତ ବିଦ୍ୟାଳୟରେ ପ୍ରଧାନ ସେବକ ନାହାନ୍ତି |ଅନ୍ୟ ଉଚ୍ଚ ବା ଆଶ୍ରମ ବିଦ୍ୟାଳୟର ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଉଛି |କିଛି ଦିନ ପୂର୍ବରୁ ପ୍ରକାନମାଳା ବିଦ୍ୟାଳୟର ଆଠ ଜଣ ଶିକ୍ଷକ ଶ୍ରୀ ସୁନାମୁଦୀଙ୍କ ବିରାଧରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି |ଏବେ ଯାଏଁ ତାଙ୍କ ବିରୋଧରେ କିଛି କାର୍ଯ୍ୟ କରାଯାଇନାହିଁ |ଏପରି ହେବା ଦ୍ୱାରା ନିରୀହ ଛତ୍ର ଛାତ୍ରୀମାନେ ହଇରାଣ ହେଉଛନ୍ତି |ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି |

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରୀପାଠି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *