ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପକ୍ଷରୁ ୭୫ତମ ସ୍ଵାଧୀନତା ଦିବସ ପାଳିତ

ଜୟପୁର (ସଖପ୍ର): ଆଜି ଜୟପୁର କୁନ୍ଦାରୀଗୁଡା ଠାରେ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପକ୍ଷରୁ ରାଷ୍ଟ୍ରୀୟ ପତକା ଉତ୍ତୋଳନ କରି ୭୫ତମ ସ୍ଵାଧୀନତା ଦିବସ ତଥା ଅମୃତ ମହୋତ୍ସବ ପାଳନ କରାଯାଇଥିଲା। ଆଜି ଦିନରେ ଭାରତ ସ୍ବାଧିନ ହୋଇଥିଲା ଅର୍ଥାତ ଭାରତ ଜନସାଧାରଣ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲେ। ଭାରତକୁ ସ୍ବାଧିନ କରିବା ପାଇଁ ବହୁ ସ୍ବାଧିନତା ସଂଗ୍ରାମୀ ମାନେ ପ୍ରାଣ ବଳୀ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ପାଇଁ ଏହା ସମ୍ଭବ ହୋଇଥିଲା। ପବ୍ଲିକ ରାଇଟ୍ସ ଆସୋସିଏସନର ଅବିଭକ୍ତ କୋରାପୁଟଜିଲ୍ଲା ସଭାପତି ଦେବେନ୍ଦ୍ର ବାହୀନିପତି ସ୍ବାଧିନତା ସଂଗ୍ରାମର ରୂପରେଖ ବିଷୟରେ ଉପସ୍ଥିତ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଏହି ଅବସରରେ ପବ୍ଲିକ୍ ରାଇଟ୍ସ ଆସୋସିଏସନର ସର୍ବଶ୍ରୀ ମୀନକେତନ ପରିଛା,କାହ୍ନୁଚରଣ ମହାନ୍ତି, ସାହେବ ମହାରଣା,ରାଜେନ୍ଦ୍ର ପାତ୍ର, କନ୍ଦର୍ପ ପାଣିଗ୍ରାହୀ,ଗୈାର ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ସେହି ଅଂଚଳର ଛୋଟ ଛୋଟ ଶିଶୁ,ଛାତ୍ର ଛାତ୍ରୀ,ଯୁବକ ଯୁବତୀ ଓ ନାଗରିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।
ଜୟପୁର ପ୍ରତିନିଧି ସନ୍ତୋଷ କୁମାର ପାତ୍ର