ପନ୍ଦାଡୋ ମେନ୍ କେନାଲର ଶାଖା ଜିରୋ ଠାରୁ ବସନ୍ତିଆ କେନାଲ ରାସ୍ତା ମରଣଯନ୍ତା ପାଲଟିଛି
ଆନନ୍ଦପୁର: ହାଟଡିହୀ ବ୍ଲକ ପନ୍ଦାଡୋ କେନାଲ ଜିରୋ ଠାରୁ ବସନ୍ତିଆ କେନାଲ ପର୍ଯ୍ୟନ୍ତ ରାସ୍ତାଟି ବିପର୍ଯ୍ୟସ୍ତ ହୋଇ ପଡିଛି । ରାସ୍ତା ପିଚୁ ହୋଇ ଥିଲା ।କିନ୍ତୁ ରାସ୍ତାର ଏବେ ପିଚୁ ଉଠିଯାଇଥିବା ବେଳେ ଏବେ ଖାଲ ଓ ମେଣ୍ଟଲ ଦେଖାଯାଉଛି ।ଅସୁରକ୍ଷିତ ହୋଇ ପଡି ରହିଛି ରାସ୍ତା। ରାସ୍ତାଟି ଜଳସେଚନ ବିଭାଗର ଥିବା ବେଳେ ରାସ୍ତା ମରାମତି ପ୍ରତି କାହାର ନଜର ପଡୁନାହିଁ । ଏହି କେନାଲ ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଗମନାଗମନ କରୁଛନ୍ତି । ଏହି ରାସ୍ତାର ସଂଯୋଗ ବନ୍ତ ପର୍ଯ୍ୟନ୍ତ ହୋଇଛି । ଏହି ରାସ୍ତାରେ ଚଳାଚଳ କରି ମୁଖ୍ୟ ରାସ୍ତା କୁ ଜିବା ପାଇଁ କମ ସମୟ ଲାଗି ଥାଏ ।ଏହି ରାସ୍ତା ଏବେ ମରଣଯନ୍ତାପାଲଟିଥିବା ବେଳେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।ଏହି ରାସ୍ତାରେ ଯାତାୟତ ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।