ପଦ୍ମପୁର ବ୍ଳକର ଗୁଡ଼ିଆବନ୍ଧ ଗ୍ରାମ ବାସନ୍ତୀ ଦେବୀ ବିଦ୍ୟାପୀଠ ଭୁଷୁଡି ଯିବାର ସମ୍ଭାବନା ଥିବାରୁ ବ୍ୟାରିକେଡ଼

ରାୟଗଡା (ସଖପ୍ର):ରାୟଗଡା ଜ଼ୀଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଳକ ର ଗୁଡ଼ିଆବନ୍ଧ ଗ୍ରାମରେ ଅବସ୍ଥିତ ବାସନ୍ତୀ ଦେବୀ ବିଦ୍ୟାପୀଠ ପୁରାତନ ବିଦ୍ୟାଳୟ ବର୍ଷା ଯୋଗୁଁ ଭୁଷୁଡି ଯିବାର ନିଶ୍ଚିତ ସମ୍ଭାବନା ଥିବାରୁ ପରିଚାଳନା କମିଟି ସଭାପତି ଶ୍ରୀ ବାଳକୃଷ୍ଣ ପଣ୍ଡାଙ୍କ ଜରୁରୀ ନିର୍ଦ୍ଦେଶ ମତେ ଶ୍ରେଣୀ ପ୍ରକୋଷ୍ଠ ଚାରିପଟ ବ୍ୟାରିକେଡ଼ ନିର୍ମାଣ କରାଗଲା। ଏହିଠାରେ ଉଲେଖ ଯୋଗ୍ୟ ଯେ ଏହି ବିଦ୍ୟାଳୟଟି କୁ ବିଶିଷ୍ଟ ସମାଜସେବୀ ତଥା ମିଟସ ଗ୍ରୁପ ର ଅଧକ୍ଷ ଶ୍ରୀ ବାଳକୃଷ୍ଣ ପଣ୍ଡା ପ୍ରତିଷ୍ଠା କରି ପରିଚାଳନା କରିଆସୁଛନ୍ତି। ଏହି ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଛି। ଏଥିରେ ବହୁ ଆଦିବାସୀ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି ଛାତ୍ରୀ ମାନଙ୍କ ନିମନ୍ତେ ଏକ ହିଷ୍ଟେଲ ରହିଛି କିନ୍ତୁ ଦୁଃଖର ବିଷୟ ଏହି ଅନୁଷ୍ଠାନ ପ୍ରତି କୌଣସି ସରକାରୀ ଅଧିକାରୀ ଏମିତିକି ଜ଼ୀଲ୍ଲା ପ୍ରସାଶନ କି ଶିକ୍ଷା ବିଭାଗ ଅଧିକାରୀ କିମ୍ବା ନିର୍ବାଚିତ ଜନ ପ୍ରତିନିଧୂ ବିଧାୟକ କି ଲୋକ ସଭା ପ୍ରତିନିଧି ଏହି ଅନୁଷ୍ଠାନ ପ୍ରତି ଦୃଷ୍ଟି ଦେଉନଥିବା ର ଅଭିଯୋଗ ହେଉଛି ଏହି ସ୍କୁଲ ର ସମସ୍ତ ଗୃହ ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି କେତେବେଳ7କଣ ଦୁର୍ଘଟଣା ଘଟିବ ତାହା କହିହେଉନାହିଁ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ କୋଠା କୁ ମରାମତି କରିବା ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଶତପଥି ବାରମ୍ବାର ପ୍ରସଶନିକ ଅଧିକାରୀ ଓ ଶିକ୍ଷା ବିଭାଗ କୁ ଜଣାଇ କେ ମଧ୍ୟ କୌଣସି ସୁଫଳ ଢ଼ସଭ୍ୟ ର ସମାଧ5କରିଛନ୍ତି
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ