ପଦ୍ମପୁର ବ୍ଲକ ମହିଳା ବିଜେଡି ସଭାନେତ୍ରୀ ହେଲେ ସୁପ୍ରିୟା
ରାୟଗଡା (ସଖପ୍ର):ରାଜ୍ୟ ବିଜୁଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଦଳକୁ ମଜବୁତ କରିବାପାଇଁ ନିର୍ଦେଶ ଦେବାପରେ ରାଜ୍ୟ ମହିଳା ଜନତା ଦଳ4ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ନିର୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ବ୍ଳକର ମହିଳା ସଭାନେତ୍ରୀ ନିଯୁକ୍ତି କରାଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ ଜ଼ୀଲ୍ଲା ପଦ୍ମପୁର ବ୍ଲକର ବିଜେଡି ମହିଳା ସଭାନେତ୍ରୀ ଭାବେ ସୁପ୍ରିୟା ସବରଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଏହି ଦାଇତ୍ୱ ମିଳିବା ପରେ ସବର କହିଛନ୍ତି ଯେ ଦଳ ମୋ ଉପରେ ବିଶ୍ବାସ ରଖି ଯେଉଁ ଦାଇତ୍ୱ ଦେଇଛନ୍ତି ତାହା ମୁଁ ପାଳନ କରି ଦଳକୁ ମଜବୁତ କରିବା ସହିତ ମହିଳାଙ୍କ ଉନ୍ନତି ପାଇଁ ବଧ ପରିକର । ଜ଼ୀଲ୍ଲା ବିଜେଡି ସଭାପତି ଶ୍ରୀ ସୁଧୀର ଦାସ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ସହଯୋଗ ଓ ଆଶୀର୍ବାଦ ନେଇ ତାଙ୍କରି ପରାମର୍ଶରେ ଦଳକୁ ମଜବୁତ କରିବି। ସୁପ୍ରିୟାଙ୍କ ନିଯୁକ୍ତି ପରେ ତାଙ୍କୁ ବିଜୁ ସ୍ୱାସ୍ତ୍ୟ କଲ୍ୟାଣ ଉପଦେଷ୍ଟା ତଥା ବିଜେଡି ଜ଼ୀଲ୍ଲା ସଭାପତି ସୁଧିର ଦାସ, ଆଦିବାସୀ ଉନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଧାୟକ ଗୁଣୁପୁର ରଘୁନାଥ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ବିଜେଡି ଯୁବ ଜନତା ସମ୍ପାଦକ ନାରାୟଣ ରାଜୁ ଚିରୁଭାଇ , ବରିଷ୍ଠ ବିଜେଡି ନେତା ରଘୁନନ୍ଦନ ନାୟକ, ଜ଼ୀଲ୍ଲା ବିଜେଡି ସମ୍ପାଦକ ଗଗନ ଆଚାର୍ଯ୍ୟ, ନାଇରା ପଂଚାୟତ ପୂର୍ବତନ ସରପଞ୍ଚ ସୁବାସ ଶବର ଅଭିନନ୍ଦନ ଜଣାଇଛନ୍ତି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ