ପଦ୍ମପୁର ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ
ରାୟଗଡା(ସଖପ୍ର): ରାୟଗଡ଼ା ଜ଼ୀଲ୍ଲା ପଦ୍ମପୁର ବ୍ଲକର ବଂଧୁମିଳନ କାର୍ଯ୍ୟକ୍ରମ ସାଙ୍ଗ କୁ ସାଙ୍ଗଠନିକ ବୈଠକ ପଦ୍ମପୁର ବ୍ଲକ ର ମାରଦୀଗୁଡା କାଜୁ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି ଗୁଣୁପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକ ରେ ଜନତା ଦଳ ର ଉତ୍ପତି ଗତ 1989 ମସିହାରେ ସ୍ବର୍ଗତ ଯଯାତି ସାହୁ ଙ୍କ ନେତୃତ୍ୱ ରେ ଗଡି ଉଠିଥିଲା କଂଗ୍ରେସର ଗଡ଼ କୁହାଯାଉଥିବା ଗୁଣୁପୁର ବିଧାନସଭା କୁ ନିଜ ଅକ୍ତିଆରକୁ ବିଜେଡି ଦଳ ଆଣିଛି କିନ୍ତି କେତକ ସ୍ୱାର୍ଥ ପର ବ୍ୟକ୍ତି ନିଜର ଫାଇଦା ପାଇଁ ଦଳ ର ପୁରଣା କର୍ମୀଙ୍କୁ ଅଣଦେଖା କରିଆସୁଥିଲେ ସେଥିପାଇଁ ଦଳ ର ବହୁ କର୍ମୀ ମାନେ ଗତ କିଛି ମାସ ହେଲା ଦଳକୁ ମଜବୁତ ପାଇଁ ଲାଗିପଡିଥିଲେ ସେଥିପାଇଁ ବ୍ଲକର13 ଗୋଟି ପଂଚାୟତ ରୁ ପ୍ରାୟ 3000ରୁ ଉର୍ଦ୍ଧ୍ବ ପୁରାତନ ଓ ନୂତନ କର୍ମୀ ଏକାଠି ହୋଇ ଦଳକୁ ମଯଜବୂତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଆଜିର ଏହି କାର୍ଯ୍ୟକ୍ରମରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସମସ୍ତ ନୂତନ ଓ ପୁରାତନ କର୍ମୀ ଙ୍କୁ ସ୍ୱାଗତ କରିବା ସହ ମନ ମାଳିନୀ ଭୁଲି ଦଳକୁ ମଜବୁତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ଆଗେଇନେବା ନିମନ୍ତେ ସସମସ୍ତି କୁ ଗୁରୁମନ୍ତ୍ର ଦେଇଥିଲେ ଆଗାମୀ ପଦ୍ମପୁର ଖ ଯୋନ ର ଜ଼ୀଲ୍ଲା ପରିଷଦ ସଭ୍ୟ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ସମସ୍ତେ ମିଶି ବିଜେଡି ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ କହିଥିଲେ ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ଜ଼ୀଲ୍ଲା ସମ୍ପାଦକ ଚିରୁ ଭାଇ ପଦ୍ମପୁର ବିଜେଡି ସଭାପତି ମୋଣ୍ଟୁ ଆଚାର୍ଯ୍ୟ ସୁବାସ ଶବର ବଳରାମ ତ୍ରିପାଠୀ କୁନା ଭାଇ ଙ୍କ ସମତେ ଜ଼ୀଲା ର ବିଭିନ୍ନ ବ୍ଲକ ର ବିଜେଡି କର୍ମକର୍ତ୍ତା ସାଙ୍ଗକୁ ଜ଼ୀଲ୍ଲା ପରିଷଦ ସଭ୍ୟ ପଂଚାୟତ ସମିତି ଅଧକ୍ଷ ବହୁ ସରପଞ୍ଚ ଯୋଗ ଦେଇଥିଲେ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ