ପଦ୍ମପୁର ଅଂଚଳର ଦୁଇ ବଦାନ୍ୟ ବ୍ୟକ୍ତିଙ୍କ ଅକାଳ ବିୟୋଗ
ରାୟଗଡାଜ଼ିଲ୍ଲା : ପ୍ରତିନିଧି (ଅମୁଲ୍ୟ ନିଶଙ୍କ)ରାୟଗଡା ଜ଼ିଲ୍ଲା ପଦ୍ମପୁର ଅଂଚଳ ର ଦୁଇ ଲୋକ ପ୍ରିୟ ବ୍ୟକ୍ତି ଙ୍କ ଅକାଳ ବିୟୋଗ ରେ ସମଗ୍ର ଅଂଚଳ ରେ ଦୁଃଖ ର ଛାୟା ଖେଳି ଯାଇଛି ଶ୍ରୀ ପୁରୁଷୋତ୍ତମ ଗମାଙ୍ଗ ଅଧକ୍ଷ ଜିଲ୍ଲା ପରିଷଦ ରାୟଗଡା ଆଉ ଆମ ଗହଣରେ ନାହାନ୍ତି, ରାୟଗଡା ରୁ ଗୁଣୁପୁର ଅଭିମୁଖେ ଘରକୁ ଫେରୁଥିବା ସମୟରେ ରାମାନଗୁଡା ବ୍ଲକ ର ତାଣ୍ଡିକୋଣା ଛକ ନିକଟରେ ସଡକ ଦୁର୍ଘଟଣା ହଇ ଥିଲା ଏବଂ ଗୁଣୁପୁର ମେଡିକାଲ ରୁ ଶ୍ରୀକାକୁଲମ ସ୍ଥାନାନ୍ତର ସମୟରେ ମୃତ୍ୟୁ ବରଣ ହଇଛି।
ଭଗବାନ ନିକଟରେ ପ୍ରାର୍ଥନା ତାଙ୍କର ଆତ୍ମା ସଦଗତି ପ୍ରାପ୍ତ ହଉ।ଏଭଳି ଦୁଃଖଦ ସମୟରେ ପରିବାର ବର୍ଗଙ୍କୁ ଭଗବାନ ସାହସ ଏବଂ ଶକ୍ତି ଦିଅନ୍ତୁ।ବିଶିଷ୍ଟ କଳାକାର, ଗୀତିକାର ମୃଦଙ୍ଗ ବାଦକ ଏବଂ ପ୍ରହଲାଦ ନାଟକର ନିର୍ଦେଶକ ଗୁରୁ ସୁଧାକର ପାଣିଗ୍ରାହୀ ଆଉ ନାହାନ୍ତି l ଗୁରୁଙ୍କ ବିୟୋଗରେ ଅଞ୍ଚଳର କଳାକାର ମହଲରେ ବିରାଟ ବଡ କ୍ଷତି ଘଟିଛି l କିଛି ମାସ ତଳେ ବାଇକ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ! ଚିକିତ୍ସାଧୀନ ଅବସ୍ତାରେ ଗତ କାଲି ସଂଧ୍ୟାରେ ଭୁବନେଶ୍ୱର ଏମସରେ ଗୁରୁ ଶେଷନିଶ୍ୱାସ ତ୍ୟାଗ କରିଥିଲେ l ଭଗବାନ ତାଙ୍କ ଅମର ଆତ୍ମାର ସଦ୍ ଗତି ପ୍ରଦାନ କରନ୍ତୁ lସ୍ୱାଗତ ଗମାଙ୍ଗଙ୍କ ମୃତ୍ୟୁ ଖବର ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଗୁଣୁପୁର ରେ ଏକତ୍ରିତ ହୋଇଥିଲେ ଶେଷ ଦର୍ଶକରବା ପାଇଁ ସମସ୍ତେ ଶୋକା କୁଳ ପରିବେଶ ରେ ଚାହିଁରହିଥିଲେ ପର୍ଥବ ଶରୀର ପହଂଚି ବାପରେ ଜନତା ଶେଷ ଦର୍ଶନ ପରେ ଏକ ବିରାଟ ପଟୁଆର ରେ ଶ୍ମାଶନ ଅଭିମୁଖେ ନିଜର ଶେଷ ଯାତ୍ରା କରିଥିଲେ ଗୋମାଙ୍ଗ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗୋମାଙ୍ଗ ନିଜେ କନ୍ଧ ରେ ଗୋମାଙ୍ଗ ଙ୍କ ପାର୍ଥିବ ଶରୀର ଧରି ଅଶ୍ରୁଳ ନୟନ ରେ ଭୂଇଁ ଚାଲି ଥିଲେ ଯେତେବେଳେ ଜୁଇ ରେ ଅଗ୍ନି ସଂଯୋଗ କରାଗଲା ଉପସ୍ଥିତ ଲୋକେ ନିଜର ଲୁହ କୁ ଅଟକାଇ ପାରିନଥିଲେ