02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପତ୍ନୀକୁ ଭରଣପୋଷଣ ଦେବାରେ ଅସମର୍ଥ ହେଲେ ଜେଲ ଯିବାକୁ ପଡିବ,ହାଇକୋର୍ଟ

କଟକ:ଏଣିକି ପତ୍ନୀକୁ ଭରଣପୋଷଣ ଦେବାରେ ନିଜକୁ ଅସମର୍ଥ କହୁଥିବା ସ୍ୱାମୀକୁ ଜେଲ ଯିବାକୁ ପଡିବ । ଜେଲରେ ଥିବା ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇ ସେଥିରୁ ଅର୍ଜନ କରୁଥିବା ଅର୍ଥରୁ ପତ୍ନୀକୁ ଭରଣପୋଷଣ ଦେବାକୁ ପଡ଼ିବ। ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ପତ୍ନୀକୁ ଭରଣପୋଷଣ ଦେବାରେ ନିଜକୁ ଅସମର୍ଥ ଦର୍ଶାଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । କିଛି ରୋଜଗାର ନଥିବାରୁ ସେ ତାଙ୍କ ପତ୍ନୀକୁ ନିମ୍ନ ଅଦାଲତ ନିର୍ଦ୍ଦେଶ ଅନୁଯାୟୀ ସର୍ବନିମ୍ନ ୧୭୧୬ ଟଙ୍କା ଭରଣପୋଷଣ ଦେବାରେ ଅସମର୍ଥ ବୋଲି ସ୍ବାମୀ କହିଥିଲେ । ହେଲେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ନିଜ ବିବାହକୁ ସ୍ବୀକାର କରିଥିଲେ ସ୍ବାମୀ । ମାତ୍ର ଭରଣପୋଷଣ ଦେବାରେ ସେ ଅସମର୍ଥ ବୋଲି ଦର୍ଶାଇଥିଲେ । ହାଇକୋର୍ଟଙ୍କ ରାୟ ପରେ ଆବେଦନକାରୀଙ୍କ ଓକିଲ ମାମଲା ପ୍ରତ୍ୟାହାର କରିବା ପାଇଁ ଅନୁମତି ମାଗିବା ସହ ଆବେଦନକାରୀ ମାସିକ ୧୭୧୬ ଟଙ୍କା ଭରଣପୋଷଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ହାଇକୋର୍ଟ ଆବେଦନକାରୀଙ୍କ ମାମଲା ପ୍ରତ୍ୟାହାର କରିବା ସହ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *