November 18, 2025

Sabubarga Khabar

All category news

ପଣସପୁଟ ଠାରେ ଲ୍ୟାମ୍ପ ତରଫରୁ ଋଣ ଆଦାୟ ମେଳା ଅନୁଷ୍ଠିତ….

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଲ୍ୟାମ୍ପ ତରଫରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟ ଠାରେ ଏକ ଋଣ ଆଦାୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଣସପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଅର୍ଜୁନ ହନ୍ତାଳ ଯୋଗ ଦେଇଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାଉତ, ଲ୍ୟାମ୍ପ ଡାଇରେକ୍ଟର ଭଗବାନ ସାହୁ,ହରି ମାଢୀ, ଲ୍ୟାମ୍ପ ସମିତି କର୍ମଚାରୀ ଅଶୋକ କୁମାର ସାହୁ ଓ ସାଧୁରାମ ଖିଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଋଣ ଆଦାୟ ମେଳାରେ ପଣସପୁଟ ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ୧୦୦ ଚାଷୀ ଉପସ୍ଥିତ ଥିଲେ । ଲ୍ୟାମ୍ପ ପରିଚାଳକ ଶ୍ରୀ ରାଉତ କହିଛନ୍ତି ଯେ ଆଗାମୀ ଦିନରେ ପଣସପୁଟ ଅଞ୍ଚଳକୁ ଏକ ନୂତନ ଲ୍ୟାମ୍ପର ମାନ୍ୟତା ମିଳିବ ଓ ଏଥି ନିମନ୍ତେ ଆବଶ୍ୟକ ହେଉଥିବା ଜାଗା ଚିହ୍ନଟ ସମ୍ବନ୍ଧରେ ଚିତ୍ରକୋଣ୍ଡା ତହସିଲଦାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ଓ ଏହା କାର୍ଯ୍ୟକାରୀ ହେଲେ ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହୋଇପାରିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରରେ ଚାଷୀମାନଙ୍କ ଋଣ ପ୍ରଦାନରେ କୈାଣସି ସୁଧ ନିଆଯାଉ ନଥିବାରୁ ଏହା ପରିଶୋଧ କରିବା ପାଇଁ ବହୁ ଚାଷୀ ଆଗ୍ରହ ପ୍ରକାଶ କରିଥିଲେ । ଆଜିର ଏହି ମେଳାରେ ୩୦ ରୁ ଉର୍ଦ୍ଧ୍ବ ଚାଷୀ ସେମାନଙ୍କର ଋଣ ବାବଦକୁ ପାଖାପାଖି ୭ ଲକ୍ଷ ଟଙ୍କା ଚାଷଋଣ ପରିଶୋଧ କରିଥିବା ଜଣାପଡିଛି । ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.