02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଟାଙ୍ଗି ପୁଲିସ ଦ୍ବାରା ଆଠକୋଟିର ନକଲି ନୋଟ ଜବତ

କୋରାପୁଟଜିଲ୍ଲା(ସଖପ୍ର):  ଜିଲ୍ଲାର ସୁଙ୍କି ଆଉଟ ପୋଷ୍ଟରେ ପଟ୍ଟାଙ୍ଗି ପୋଲିସ ଦ୍ଵାରା ପାଖାପାଖି ୮ କୋଟି ଟଙ୍କାର ଜାଲ୍ ନୋଟ ଜବତ ହୋଇଛି । ତେବେ ଏହି ଘଟଣାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୁଙ୍କି ଆଉଟ ପୋଷ୍ଟରେ ବିପୁଳ ପରିମାଣ ଅର୍ଥର ଜାଲ ନୋଟକୁ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଗୋଟିଏ ଫିଗୋ କାର ଜବତ କରାଯିବା ସହିତ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ ହୋଇଛି । କାରଟି ଛତିଶଗଡ ଯାଉଥିବା ଜଣାପଡିଛି । ବର୍ତ୍ତମାନ ଏ ସମ୍ପର୍କରେ ତଦନ୍ତ ଚାଲିଛି ଓ ସବିଶେଷ ବିବରଣୀ ପୋଲିସ ପରବର୍ତ୍ତୀ ସମୟରେ ସୂଚନା ପ୍ରଦାନ କରିବ ବୋଲି ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା କହିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *