02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର : ନିରନ୍ତର ଜୀବିକା ବିକାଶ ପାଇଁ ସାପ୍ତାହିକ ଗ୍ରାମୀଣ ହାଟ

ରାୟଗଡାଜିଲ୍ଲା: ରାୟଗଡ଼ାରେ ପ୍ରଥମ ସାପ୍ତାହିକ ଗ୍ରାମୀଣ ହାଟ ଜେ. କେ କାଗଜ କଳ ଓ ନାବାର୍ଡ ଭୂବନେଶ୍ଵରଙ୍କ ସହାୟତାରେ ଓ ସ୍ପର୍ଶ ସାମାଜିକ ସଙ୍ଗଠନ ଦ୍ବାରା କୋଲନରା ବ୍ଲକ, ଗାଡିଶେଷଖାଲ ପଞ୍ଚାୟତ ସ୍ଥିତ କଲଟିଗୁଡା ଗ୍ରାମରେ ଅଣଚାଳିଶି ଲକ୍ଷ୍ୟ ଟଙ୍କା ବ୍ୟୟରେ ଗ୍ରାମୀଣ ହାଟ (ରବିବାର) ପ୍ରସ୍ତୁତ କରାଯାଇଅଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ଗ୍ରାମୀଣ ହାଟ ପାଇଁ ୧.୩୯ ଏକର ଜମି ଯୋଗାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ, କୃଷକ ମାନେ, ଯୁବକ ମାନେ କିପରି ଭାବେ ନିଜର କୃଷିଜାତ ଦ୍ରବ୍ୟ, ଜଙ୍ଗଲ ଜାତ ଦ୍ରବ୍ଯ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ କ୍ରୟ ବିକ୍ରୟ ହାଟରେ ହୋଇପାରିବ। ସେ ବିଷୟରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଉକ୍ତ ହାଟ ମାଧ୍ୟମରେ ବାର୍ଷିକ ପ୍ରାୟ ୩୦ କୋଟିର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି। ଆଖପାଖ ୨୦ଟି ପଞ୍ଚାୟତର ପ୍ରାୟ ପଚିଶି ହଜାର ଆଦିବାସୀ ପରିବାର ପ୍ରତ୍ୟକ୍ଷ ଭାବେ ସେମାନଙ୍କ ଦ୍ରବ୍ୟର କିଣା ବିକା କରିବାର ସୁଯୋଗ ପାଇପାରିବେ।ସ୍ପର୍ଶ ସାମାଜିକ ସଙ୍ଗଠନ ତଥା ଜେ.କେ. କାଗଜ କଳ ସାମାଜିକ ଦାୟିତ୍ଵ ବୋଧର ଜି.ଏମ୍ ଏବଂ ରାଜ୍ୟ ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ନାବାର୍ଡ, ରାୟଗଡ଼ାର ଡିଡିଏମ୍ ଶ୍ରୀଯୁକ୍ତ ସୁଦ୍ୟୁମ୍ନ ପାଲ୍, ରାୟଗଡ଼ା ର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ରଥ ଏବଂ କୃଷି ବିକାଶ ଅଧିକାରୀ ଶ୍ରୀ ନନ୍ଦ କିଶୋର ସିଂ ପ୍ରମୁଖ ହାଟ ମାଧ୍ୟମରେ ବଜାର ବ୍ୟବସ୍ଥା ଓ ଆୟ ବୃଦ୍ଧି ହୋଇପାରିବ ମତ ରଖିଥିଲେ। ପ୍ରାରମ୍ଭରେ ସଙ୍ଗଠନ ର ଶ୍ରୀଯୁକ୍ତ କିଶୋର କୁମାର ସାହୁ, ଆସୋସିଏଟ୍ ପ୍ରୋଗ୍ରାମ ମ୍ୟାନେଜର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଙ୍ଗଠନର ଫିରୋଜ କୁମାର ବେହେରା, ରାଜେଶ ବିଶ୍ଵାଳ, ଓ ମନୁଶ୍ରୀ ରାୟ, ମନୋଜ ଯାଦବ, ଗଣେଶ ଦିକ୍ଷୀତ, ମଧୂସୁଦନ କରକରିଆ, ବାସୁଦେବ କନ୍ଧପାଣି, ଅଶୋକ ନାଲା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *