12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷା ବ୍ୟବସ୍ଥା…

ମାଲକାନଗିରି : ବିମାନ ଭିତରେ ବିଦ୍ୟାଳୟ । ଆଉ ତାରି ଭିତରେ ପଢୁଛନ୍ତି ଭବିଷ୍ୟତରେ ପାଇଲଟ ଓ ଏୟାର ହଷ୍ଟେସ୍ ହେବାକୁ ଲକ୍ଷ୍ୟ ରଖିଥିବା ଶହ ଶହ ଛାତ୍ରଛାତ୍ରୀ । ଦେଖନ୍ତୁ ଏହି ଆଦାବାସୀ ଅଧ୍ୟୁଷିତ ନକ୍ସଲ ପ୍ରବଣ ଓ ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର |
ଏୟାର ଇଣ୍ଡିଆ ଫ୍ଲାଇଟରେ ବିଦ୍ୟାଳୟକୁ ଯାଉଛନ୍ତି ପିଲାଏ । ପୁଣି ପାଠପଢା ସରିଲେ ସେହି ଫ୍ଲାଇଟ ଗେଟ ଦେଇ ବାହାରକୁ ଫେରୁଛନ୍ତି । ଏପରି ଏକ ନିଆରା ଓ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଚାଲାଣଗୁଡା ଠାରେ ଥିବା କସ୍ତୁରବା ଗାନ୍ଧୀ ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟରେ |ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷା ବ୍ୟବସ୍ଥା, ବିମାନ ଭିତରେ ପାଠପଢା
ବିଦ୍ୟାଳୟର କାନ୍ଥରେ ଉଡା ଜାହାଜର ଚିତ୍ର ଅଙ୍କନ କରି ଏହାର ନାମ କରଣ ହୋଇଛି ଏୟାର ଇଣ୍ଡିଆ । ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା ନିକଟରେ ପାଇଲଟ ହୋଇ ଉଡିବା ପରେ ଏବେ ଏଠାକାର ପିଲାଏ ଏଭଳି ସ୍ବପ୍ନ ଦେଖିଛନ୍ତି । କିଏ ପାଇଲଟ ହେବାକୁ ଚାହୁଁଛି ତ ଆଉ କିଏ ଏୟାର ହୋଷ୍ଟେସ୍ । ଏଥିପାଇଁ ଏବେ ଠାରୁ ଏପରି ପ୍ରୟାସ କରି ପିଲାଙ୍କୁ ବିମାନ ସେବା ନେଇ ଶିକ୍ଷା ଦିଆଯାଉଛି ।
ଅପହଞ୍ଚ ଇଲାକାର ଆଦିବାସୀ ପିଲାଙ୍କ ପାଖରେ ଏପରି ଉନ୍ନତ
ଶିକ୍ଷା ପହଞ୍ଚଇବାକୁ ଉଦ୍ୟମ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆଭାରାଣୀ ବିଶ୍ବାଳ । କାରଣ ଆଜି ବି ମାଲକାନଗିରିରେ ଏମିତି ଅନେକ ଗାଁ ରହିଛି ଯେଉଁଠି ଶିକ୍ଷାର ଆଲୋକ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ସର୍ବ ଶିକ୍ଷା ଅଭିଯାନକୁ ବାସ୍ତବ କରିବାକୁ ଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏପରି ଅଭିନବ ଚିନ୍ତା କରିଛନ୍ତି । କେବଳ ଅଭିନବ ପ୍ରୟାସ ନୁହେଁ , ପାଠ, ପ୍ରାର୍ଥନା, ଅନୁପାଳନ, ଶାସନ, ସ୍ବଚ୍ଛତା ବ୍ୟବସ୍ଥା ଦେଖିଲେ ଲାଗୁଛି ଏହି ସ୍କୁଲ ସର୍ବ ଶିକ୍ଷା ଅଭିଯାନର ବାସ୍ତବ ଚିତ୍ରକୁ ପ୍ରତିଫଳିନ କରୁଛି । ମନେ ହେଉଛି ଯେ ଆଦିବାସୀ ଅଧ୍ୟୁଷିତ, ନକ୍ସଲ ପ୍ରବଣ ଓ ପଛୁଆ ଜିଲ୍ଲା ବୋଲି କୁହାଯାଉଥିବା ମାଲକାନଗିରି ଯେ ଏବେ ଆଗକୁ ବଢୁଛି । ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *