02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଂଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୋ ସେବା କେନ୍ଦ୍ର କୋରାପୁଟରେ ଉଦଘାଟିତ

କୋରାପୁଟ (ସଖପ୍ର): ଆଜି କୋରାପୁଟ ଜିଲ୍ଲା ତ୍ରିପାଠୀ ଜେରକ୍ସ ତଥା ଜନ ସେବା କେନ୍ଦ୍ର ନିକଟରେ ବିଜୁ ପଟ୍ଟନାୟକ ୧୦୫ତମ ଜୟନ୍ତୀ ତଥା ପଂଚାୟତରାଜ ଦିବସ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୋ ସେବା କେନ୍ଦ୍ର ତଥା ଓଡିଶା ୱାନ ପୋର୍ଟାଲର ଶୁଭାରମ୍ଭ ହୋଇଯାଇଅଛି । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମହମଦ ଅବଦଲ୍ ଅଖତର୍, ଏ.ଡ଼ି.ଏମ ଦେବେନ୍ ପ୍ରଧାନ, ବିଜେଡ଼ି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ୍, କୋରାପୁଟ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରି ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଯୋଗଦାନ କରି ଏହାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟର ବିଭିନ୍ନ ଭି.ଏଲ.ଇ ଯୋଗଦାନ କରିଥିଲେ । ଭି.ଏଲ. ଇଙ୍କ ମଧ୍ୟରେ ସୁଶାନ୍ତ ସାବତ, ସୁରେନ୍ଦ୍ର ସାମନ୍ତ, କିଶୋର ବିଷୋୟୀ ପ୍ରମୁଖ ଯୋଗଦାନ କରି ଏହାର ସେବାକୁ କିପରି ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବେ ଏ ନେଇ ନିଷ୍ପତ୍ତି ନେଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଏହି ମୋ ସେବା କେନ୍ଦ୍ରର ସୁବିଧା ସୁଯୋଗ କିପରି ସହଜରେ ଉପଲବ୍ଧ ହେବ ଲୋକେ ଆଉ ଅଫିସକୁ ନ ଯାଇ ଅନଲାଇନ ଯୋଗେ ଘରେ ରହି ନିଜ ନିଜ ଶିକ୍ଷାଗତ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣପତ୍ର ଏପରିକି ମାଗଣା ଆଇନ ସେବା ସୁବିଧାରେ ଉପଲବ୍ଧ କରିପାରିବେ ଏ ନେଇ ସମସ୍ତ ଭି.ଏଲ.ଇ ଏବଂ ଉପସ୍ଥିତ ହିତାଧିକାରୀଙ୍କୁ ବୁଝାଇଥିଲେ l

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *