ନେହରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଆୟୋଜିତ
କୋରାପୁଟ (ସଖପ୍ର):ଭାରତ ସ୍ୱାଧୀନତାର 75 ବର୍ଷକୁ ଅଜାଦିକା ଅମୃତ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାର RTO ଅଫିସ ନିକଟସ୍ଥ ପଡିଆ ଠାରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଆୟୋଜିତ କରାଯାଇଥିଲା। କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଧେସକ ପ୍ରବୀର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ। ନେହରୁ ଯୁବ କେନ୍ଦ୍ର ଓ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ମନେ ଅଂଶ ଗ୍ରହଣ କରିଥିଲେ। କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ, ଜିଲ୍ଲା ଯୁବ ସଂଯୋଜକ ପି.ଅମରିତ, ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ କିଶୋର ଚନ୍ଦ୍ର ବେହେରା ଓ ଅଧ୍ୟାପକ ସୌମେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ