ନୂତନ ଜ଼ିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
![](https://www.sabubargakhabar.in/wp-content/uploads/2020/03/IMG-20200308-WA0056-1024x473.jpg)
ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲାରେ ନୂତନ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ଅଶୋକ କୁମାର ଶତପଥିଙ୍କୁ ରାୟଗଡା ଜ଼ିଲ୍ଲା ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନୀରକ୍ଷକ ସଙ୍ଘ ତରଫରୁ ଜ଼ିଲ୍ଲାର 135ଗୋଟି ମଙ୍ଗଳ ବିଭାଗର ହାଇ ସ୍କୁଲ ଆଶ୍ରମ ସ୍କୁଲ ସେବାଶ୍ରମ ପକ୍ଷରୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜ଼ିଲ୍ଲା ସଭାପତି ମନୋଜ ଗୋମାଙ୍ଗ, ଉପ ସଭାପତି ପ୍ରଦୀପ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ବାମନ ମୂର୍ତ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଶିକ୍ଷକମାନେ ସେମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ ଓ ହଷ୍ଟେଲ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଛି ତେଣୁକରି ନୂତନ ଭାବେ ଯୋଗ ଦେଇଥିବାଜ଼ିଲ୍ଲା ମଙ୍ଗଳ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଅନୁରୋଧ କରିଥିଲେ ଓ ଆଗାମୀ ଦିନରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସମ୍ପୂର୍ଣ୍ଣ ଭାବେ ଜ଼ିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ସହଯୋଗ କରବେ ବୋଲି କହିଥିଲେ। ବିଭିନ୍ନ ସ୍କୁଲର ଶିକ୍ଷକ ପଦବୀ ଖାଲି ରହିଥିବାରୁ ଶିକ୍ଷା ଦାନରେ ବାଧା ସୃଷ୍ଟି ହେଉଥିବା ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହାର ସମାଧାନ କରି ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ଅନୁରୋଧ କରିଥିଲେ।
![](https://www.sabubargakhabar.in/wp-content/uploads/2020/03/img-20200308-wa0057-569957659.jpg)