ନୂତନ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଦାୟିତ୍ୱ ଗ୍ରହଣ
ରାୟଗଡା ଜ଼ିଲ୍ଲା 🙁 ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ପରିଷଦର ଅଧ୍ୟକ୍ଷପଦ ପାଇଁ ଗତ 19.02.2020ରେ ଉପ ନିର୍ବାଚନ ହୋଇଥିଲା। ଏଥିରେ ସର୍ବମୋଟ 21ଜଣ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ମଧ୍ୟରୁ, 19ଜଣ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିଲେ। ଏଥିରୁ ବିଜେପିର 2, ବିଜେଡିରୁ 7 ଓ କଂଗ୍ରେସରୁ 10ଜଣ ଭାଗ ନେଇଥିଲେ କିନ୍ତୁ ବିଜେଡିର ଗଙ୍ଗାଧର ପୁଆଲାଙ୍କୁ 13ଖଣ୍ଡ ଭୋଟ ଓ କଂଗ୍ରେସର ଆଶୁତୋଷ କୀଲାକାଙ୍କୁ 5ଖଣ୍ଡ ଭୋଟ ମିଳିଥିଲା। 1ଭୋଟ ନାକଚ ହୋଇଥିଲା ଏଥିରେ ଗଙ୍ଗାଧର ବିଜୟ ହୋଇଥିଲେ । ଗତ କାଲି 06.03ରେ ନିଜର ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ନେବା ପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି। ଜ଼ିଲ୍ଲାର ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଉପରେ ଗୁରୁତ୍ୱ ଦେବି ବୋଲି କହିଥିଲେ। ଦାଇତ୍ୱ ଗ୍ରହଣ ସମୟରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ରାଜ୍ୟ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ରାୟଗଡା ବିଜେଡି ସଭାପତି ସୁଧୀର ଦାସ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା ବିଜେଡି ମହିଳା ସଭାନେତ୍ରୀ ଅନୁଶୁୟା ମାଝୀ, ବିଜେଡି ମିଡ଼ିଆ ସେଲ ଆବାହକ ଦେବାଶିଷ ଖାଡ଼ଙ୍ଗା ଉପସ୍ଥିତ ଥିଲେ।