ନୂଆଗାଁବଡ ମୌଜାରେ ପହଞ୍ଚିଲା ରାଜସ୍ବ ରଥ
![](https://www.sabubargakhabar.in/wp-content/uploads/2021/05/IMG-20210521-WA0029-1024x461.jpg)
ବାଲେଶ୍ବର,୨୧/୫- ଘରେ ଘରେ ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ତରଫରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ରାଜସ୍ବ ରଥର ଶୁଭାରମ୍ଭ । କାର୍ଯ୍ଯ ପାଇଁ ଅନେକ ସମୟରେ ଲୋକମାନେ ତହସିଲ କାର୍ଯ୍ଯାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବାର ପ୍ରଚାର ପ୍ରସାର ହେଉଥିଲା । ତେଣୁ ଅଯଥା ଲୋକଙ୍କ ହଇରାଣକୁ ରୋକିବା ଏବଂ ପାଖରେ ସେବା ପହଞ୍ଚାଇବା ପାଇଁ ସରକାରଙ୍କ ଏ ପ୍ରକାର ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ଖଇରା ତହସିଲ ତରଫରୁ ଆରମ୍ଭ ହୋଇଛି ରାଜସ୍ବ ରଥ କାର୍ଯ୍ୟକ୍ରମ । ଏହି ଉପଲକ୍ଷେ ଖଇରା ତହସିଲ ତରଫରୁ ଖଇରା ଆର ଆଇ ଅଧିନ ନୂଆଗାଁବଡ଼ ମୌଜାରେ ପହଞ୍ଚିଥିଲା ରାଜସ୍ବ ରଥ । ନୂତନକରି ନାମୋଜାରି ଆବେଦନ କରିଥିବା ଆବେଦନକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କ ଉପସ୍ଥିତିରେ । ଏଥିରେ ମୌଜାର ମୋଟ ୧୦ ଜଣଙ୍କୁ ନୂତନ ଭାବେ ଫଏସଲା ହୋଇଥିବା ନାମୋଜାରି ପଟ୍ଟା ବଣ୍ଟନ କରାଯାଇଥିଲା ।
![](https://www.sabubargakhabar.in/wp-content/uploads/2021/05/IMG-20210521-WA0030-1024x461.jpg)
ଏହି କାର୍ଯ୍ୟକ୍ରମରେ ତହସିଲଦାର ଶ୍ରୀ ବେହେରାଙ୍କୁ ଅତିରିକ୍ତ ତହସିଲଦାର ସୁଭେନ୍ଦୁ ପ୍ରିୟଦର୍ଶୀ ଧଳ,ଗଦାଧର ସେଠୀ,ଖଇରା ଆର ଆଇ କାଳିଚରଣ ମାଝୀ,ଡୁଙ୍ଗୁରା ଆର ଆଇ ବସନ୍ତ କୁମାର ପାତ୍ର, ଡିଇଓ କର୍ମଚାରୀ ପଦ୍ମଲୋଚନ ମହାପାତ୍ର ସହଯୋଗ କରିଥିଲେ । ତହସିଲଦାରଙ୍କ ଏଭଳି କାର୍ଯ୍ୟକ୍ରମକୁ ପଟ୍ଟା ଗ୍ରହିତାମାନେ ଖୁବ୍ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ତହସିଲ ତରଫରୁ ମିଳୁଥିବା ଆନ୍ଯାନ୍ଯ ଆବଶ୍ୟକୀୟ ସେବା ପ୍ରତି ରାଜସ୍ବ ଗ୍ରାମରେ ଏହି ରଥ ପହଞ୍ଚି ସେବା ଯୋଗାଇ ଦେବ ବୋଲି ତହସିଦାର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ