06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିୟମ ଉଲଙ୍ଘନକାରୀଙ୍କ ଉପରେ ତହସିଲଦାରଙ୍କ ଚଢାଉ…

ମାଲକାନଗିରି (ସ.ଖ.ପ୍ର )-ଦେଶରେ କରେନା ମହାମାରୀ ଉଗ୍ର ରୁପ ନେଇସାରିଲାଣି ଦିନକୁ ଦିନ ସଂକ୍ରମିତଙ୍କ ସାଂଖ୍ୟ ବୃଦ୍ଧି ପଉଥିବା ବେଳେ ଏହାର ମୁକାବିଲା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଏଥିସହ କରୋନା ଭୁତାଣୁ ଠାରୁ ବର୍ତ୍ତିବା ପାଇଁ ସମାଜିକ ଦୂରତ୍ବ ମାସ୍କ ବ୍ୟବହାର ଏବଂ ଲୋକମାନେ ଗୋଟିଏ ସ୍ଥାନରେ ଜନଗହଳି ନକରିବାକୁ ସରକାର ବାରମ୍ବାର କହିଆସୁଥିବା ବେଳେ ଏ ନେଇ ମଧ୍ୟ କଡ଼ାକଡ଼ି ନିୟମ କରିଛନ୍ତି |ନିୟମ ଉଲଂଘନକାରୀଙ୍କ ଉପରେ ମୋଟା ଅଙ୍କର ଜୋରିମାନା ସାଙ୍ଗକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଷ ରହିଛି କିନ୍ତୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର କେତେକ ସ୍ଥାନରେ ଲୋକମାନେ କରୋନାକୁ ନଡରି ସବୁ ନିୟମକାନୁନ କୁ ଫୁ କରି ଉଡାଇ ଦେଇଛନ୍ତି |ମନଇଛା ବାହାରେ ବୁଲାବୁଲି କରିବା ସହ କ୍ରୀକେଟ ଭଲିବଲ , ତାସ ଇତ୍ୟାଦି ଖେଳ ଚାଲିଥିବା ବେଳେ ବେଳେ ଛୋଟ ଛୋଟ ପିଲାମାନଙ୍କୁ ନେଇ କୋଚିଂ ସେଣ୍ଟର କରିପାଠ ପଢାଇବା ଭଳି ଘଟଣା ଦେଖିବାକୁ ମିଳୁଛି ତେବେ କାଲିମେଳା ଅଂଚଳର ବିଭିନ୍ନ ସ୍ଥାନରେ କ୍ରିକେଟ ଏବଂ ଭଲିବଲ ଖେଳଚାଲିଥିବା ଖବର ପାଇ କାଲିମେଳା ତହସିଲଦାର ତଥା ବ୍ଲକ କୋଭିଡ଼ ୧୯ର ନୋଡାଲ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଏହି ସ୍ଥାନ ଉପରେ ଚଢାଉ କରି ବହୁ କ୍ରିକେଟ ବେଟବଲ , ଭଲିବଲ ନେଟ ଇତ୍ୟାଦି ଜବତ କରିଛନ୍ତି । ବ୍ଲକ ଅନ୍ତର୍ଗତ ଏମପିଭି – ୨୩ , ଏମଭି – ୬ ୬ , ଆଦିବାସୀ କଲୋନୀ ଏବଂ କାଲିମେଳା ଆଦି ଅଂଚଳରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।ଏଥିସହ ଘରୋଇ ଟିଉସନ ଚାଲୁଥିବା ନେଇ ମଧ୍ୟ ଯାଞ୍ଚ କରାଯାଉଛି । ଏହା ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଅନୁଗୁଳିଆ ଜଣାଇଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *