ନିୟମଗିରି ସୁରକ୍ଷା ସମିତିର ବୈଠକରେ ପାତର ଅନ୍ତର କଲେ କାର୍ଯ୍ୟାଳୟରେ ତାଲା ଠୁଙ୍କିବାକୁ ଧମକ
ରାୟଗଡା(ସଖପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ସାନଡେଙ୍ଗିଲେଲି ଗାଁରେ ନିୟମଗିରି ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ନିୟମ ଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ, ଦଳିତ, ଆଦିବାସୀ ପରିବାରଙ୍କ ପାଇଁ ସରକାର ତରଫରୁ କାର୍ଯ୍ୟ କରୁଥିବା ଓପିଲିପି ସଂସ୍ଥା ନିୟମଗିରିରେ କେଉଁ କେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି ସେବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଛି। ଓପିଲିପି ନିୟମଗିରି ଅଞ୍ଚଳକୁ ଯେଉଁ ଅଦା, ହଳଦୀ, ଆମ୍ବ ଚାରା, କଦଳୀ,କାନ୍ଦୁଲ, ମାଣ୍ଡିଆ କୁକୁଡ଼ା ପାଳନ, ଛେଳି ପାଳନ,ଚାଷ ପାଇଁ ଯାହା ଆବଶ୍ୟକ ତାହା ସମସ୍ତଙ୍କୁ ସମାନ ଭାବରେ ଯୋଗାଉନାହାନ୍ତି । ଏହାକୁ ନେଇ ତଳ ଦିନରେ ଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଓପିଲିପି ତରଫରୁ ସମସ୍ତଙ୍କୁ ସମାନ ଭାବରେ ସୁବିଧା ଦିଆ ଯାଉ, ଯଦି ପାତର ଅନ୍ତର କରନ୍ତି ତାହା ହେଲେ କାର୍ଯ୍ୟାଳୟରେ ତାଲା ପକାଇବା ସହିତ କାର୍ଯ୍ୟ କରିବାକୁ ଦେବୁନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି । ନିୟମଗିରି ପାହାଡରେ ୧୧୨ଖଣ୍ଡ ଗାଁରେ ବୈଠକ କରିବା ପରେ ଜିଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଡକାଇବୁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିରେ ଯୁବ ସଭାପତି ସମ୍ବରୁ ହୁଈକା, ଯୁବ ସମ୍ପାଦକ ଦାସୁରୁ କାଡ୍ରାକା, ନିୟମଗିରିର କର୍ମୀ ଉପେନ୍ଦ୍ର ଦ୍ରାବିଡ଼, ସମେତ ବହୁ ଡଙ୍ଗରିଆ କନ୍ଧ ଉପସ୍ଥିତ ଥିଲେ । ଏହିଠାରେ ଉଲେଖଯୋଗ୍ୟ ଯେ ଗତଜୁଲାଇ ମାସ ୨୩ ତାରିଖରେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ରାୟଗଡ ସଦର ମହକୁମାକୁ ଆସି ଜିଲ୍ଲାପାଳଙ୍କୁ ଭେଟି ତାଙ୍କର ଦୁଃଖ ଜଣାଇବାକୁ ଆସିଥିଲେ। ଜିଲ୍ଲାପାଳ ତାଙ୍କଠାରୁ ଲେଖା ରଖି ମିଟିଂ ଥିବାରୁ ଆଲୋଚନା ପାଇଁ ସମୟ ନାହିଁ କହି ପଳାଇଲେ । ତେଣୁ ଡଙ୍ଗରିଆ ମାନେ ଲାଜରେ ଫେରିଗଲେ । ସାଧାରଣତଃ ଭାବେ ଅତି ଦରକାର ନଥିଲେ ଡଙ୍ଗରିଆ ମାନେ କୌଣସି ସରକାରୀ ଲୋକଙ୍କୁ ଭେଟିବାକୁ ଆସନ୍ତି ନାହିଁ । ତେଣୁ ଏତେ ଡଙ୍ଗରିଆ କନ୍ଧ ଲୋକ, ଯେଉଁ ମାନଙ୍କ ପାଇଁ ସରକାର ଏତେ ଲୁହ ଗଡାଉଛନ୍ତି, ଆସିବା ସତ୍ତ୍ୱେ ସେମାନଙ୍କୁ କିଛି ନଶୁଣିବା ଅତି ସମ୍ବେଦନଶୀଳ ବିଷୟ । ନିକଟରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟରେ ସଦ୍ଭାବନା ଦିବସ ପାଳନ ହୋଇଛି । ଆଇଟିଡିଏ ପରିଚାଳିତ ଓପିଲିପି ମାଧ୍ୟମରେ ସରକାର ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି ବୋଲି କହିବାକୁ ଆସିଥିଲେ ଓ ସମସ୍ତଙ୍କ ମଧ୍ୟରେ, ବିଶେଷ ଭାବେ ଆଦିବାସୀ ଓ ଦଳିତଙ୍କ ମଧ୍ୟରେ, ସଦ୍ଭାବନା ସୃଷ୍ଟି କରିବା ପାଇଁ କହିବା ଥିଲା ଜିଲ୍ଲାପାଳଙ୍କୁ ଭେଟିବାର ଉଦ୍ଦେଶ୍ୟ । ଅଥଚ ଲୋକଦେଖାଣିଆ ଭାବେ ଜିଲ୍ଲାପାଳ ପାଳନ କରୁଛନ୍ତି ସଦ୍ଭାବନା ଦିବସ । ଲଜ୍ୟା ଓ ପରିତାପର ବିଷୟ ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ