ନିସହାୟ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଓ ଖାଦ୍ୟ ବଣ୍ଟନ କରୁଛନ୍ତି ବରଗଡର ଡାକ୍ତର ଦମ୍ପତି
ବରଗଡଜିଲ୍ଲା : ଲକଡାଉନ ଯୋଗୁଁ ଗରିବ ଖଟିଖିଆ ଲୋକେ ଘରୁ ପଦାକୁ ବାହାରିପାରୁ ନାହାନ୍ତି । ସବୁ କାମଧନ୍ଦା ବନ୍ଦ ହୋଇଥିବାରୁ ଭୋକ ଉପାସରେ ରହିବା ପରିସ୍ଥିତି ସୃଷ୍ଟି ହେଉଛି। ମାତ୍ର ଏ ଗରିବଙ୍କର ପେଟକୁ ଖାଦ୍ୟ ପହଞ୍ଚାଇବା ପାଇଁ ସରକାର ତଥା ବିଭିନ୍ନ ସଂଗଠନ ଆଗକୁ ଆସୁଛନ୍ତି। ସେହିପରି ବରଗଡ ସହରର ସାଇକୃପା ନସିଂହୋମର ଜଣାଶୁଣା ଡାକ୍ତର ଦମ୍ପତି ରାଜେଶ ତ୍ରୀପାଠୀ ଏବଂ ତାଙ୍କ ସହଧର୍ମିଣୀ ସୁସ୍ମିତା ଦାଶ ସହରରେ ବୁଲି ନିଃସହାୟ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ଓ ମାଗଣାରେ ଚିକିତ୍ସା କରିବା ସହିତ ରାସନ ସାମଗ୍ରୀ ବାଣ୍ଟୁଛନ୍ତି । ଡାକ୍ତର ଦମ୍ପତିଙ୍କ ଏହି ମହାନ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ଉଦାହରଣ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଆସୁଛି।
ବରଗଡ ପ୍ରତିନିଧି ମୋତିଲାଲ ବାଗ