01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିଷ୍ଠା ପରିବାର ଦ୍ବାରା ଅଜଣା ବୃଦ୍ଧର ଶବ ସତ୍କାର

ବରଗଡଜିଲ୍ଲା: ଦୁଇମାସ ତଳେ ଜଣେ ଅଜଣା ବୃଦ୍ଧ ବ୍ୟକ୍ତିଙ୍କୁ ଅସହାୟ ଅବସ୍ଥାରେ ବରଗଡ଼ ସ୍ଥିତ ପୁରୋହିତ ନର୍ସିଂ ହୋମ ସାମନାରେ ପଡିଥିବାର ନିଷ୍ଠାପରିବାର ଖବର ପାଇଥିଲା। ବୃଦ୍ଧଙ୍କୁ ତୁରନ୍ତ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଦିର୍ଘ ଦେଢ ମାସ ଡାକ୍ତରଖାନାରେ ରହିବା ପରେ ସେ କିଛିକାଂଶରେ ସୁସ୍ଥ ହୋଇଥିଲେ ତାଙ୍କର ଉଭୟ ଗୋଡ କାମ କରୁ ନଥିଲା। ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନଙ୍କ ସହଯୋଗରେ ତାଙ୍କୁ ନିଷ୍ଠାପରିବାର ସମଲେଇ ପଦର ଠାରେ ଥିବା ପାର୍ବତୀ ଗିରି ବୃଦ୍ଧାଶ୍ରମରେ ଗତ ମାର୍ଚ୍ଚ ୨୪ତାରିଖରେ ରଖିବାର ବ୍ୟବସ୍ଥା କରିଥିଲେ ।
ଭାଗ୍ୟର ବିଡମ୍ବନା ତା୦୮୵୦୪୵୨୦୨୦ରିଖ ଦିନ ତାଙ୍କର ହଠାତ୍ ମୃତ୍ୟୁ ହୋଇଗଲା । ଯାହା ନିଷ୍ଠା ପରିବାର ତରଫରୁ ତାଙ୍କର ଶବଦାହ କରାଗଲା। ଏଥିରେ ନିଷ୍ଠାପରିବାରର ସଭାପତି ରକ୍ଷପାଳ ସାହୁ ସଂପାଦକ ଅଶ୍ବିନୀ ତ୍ରିପାଠୀ, ବିଦ୍ୟାଧର ଭୋଇ,ଜୟନ୍ତ ପ୍ରଧାନ,କ୍ଷିରୋଦ୍ର ସାହୁ, ଲିଂଗରାଜ ସାହୁ,ରୋହିତ ସାହୁ,ମାନସ ମେହେର,ଆଲୋକ ପ୍ରଧାନ,ଚିତ୍ରସେନ ପ୍ରଧାନ, ଉପସ୍ଥିତ ଥିଲେ .। ନିଷ୍ଠା ପରିବାରର ରକ୍ତଦାନ କାର୍ଯ୍ୟକ୍ରମ ସାରା ପଶ୍ଚିମ ଓଡିଶାରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିିଛି । ଶବସତ୍କାର ଭଳି ମହତ କାର୍ଯ୍ୟ କରିଥିବାରୁ ସମଗ୍ର ବରଗଡବାସୀ ପ୍ରଶଂସା କରିଥିବା ବେଳେ ସେବା ହିଁ ଜୀବନ ବୋଲି ଉଦାହରଣ ସୃଷ୍ଟି କରିଛନ୍ତି।

ବରଗଡ ପ୍ରତିନିଧି ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *