01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିଷ୍ଠା ପରିବାରର ଉଦ୍ୟମରେ ପ୍ରତିଦିନ 600 ଜଣଙ୍କୁ ରନ୍ଧାଖାଦ୍ୟ ଓ ବରଗଡ ରକ୍ତ ଭଣ୍ଡାରକୁ ରକ୍ତଦାନ

ବରଗଡଜିଲ୍ଲା : କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ମାନବ ସମାଜର ଜୀବନ ଜୀବିକା ସାଙ୍ଗରେ ଚାଲି ଚଲଣୀ ସଚେତନତାର ସହ ପରିବର୍ତ୍ତନ ହୋଇଛି । ବିଭିନ୍ନ ମାଧ୍ୟମରେ ସଚେତନ ଲୋକଙ୍କୁ କରୁଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର । ଜନସାଧାରଣଙ୍କ ନିମନ୍ତେ ସରକାର ରନ୍ଧାଖାଦ୍ୟ ର ବ୍ୟବସ୍ଥା କରିଛନ୍ତି । ସେବା ଯାହାର ନିଶା ସେପରି ଅନୁଷ୍ଠାନ ଓ ବ୍ୟକ୍ତିତ୍ବ ମାନେ ଏହି ମଣିଷ ସମାଜ ପାଇଁ ଅନ୍ଧାରରେ ଆଲୋକ ସଦୃଶ ।ମଣିଷର ମାନବିକତା ହିଁ ସମାଜସେବା କରିବା ପାଇଁ ପଥ ପ୍ରଦର୍ଶନ କରିଥାଏ । ଲକଡାଉନ ସମୟରେ ଅନେକ ଅନୁଷ୍ଠାନ , ସ୍ବେଛ୍ଛାସେବୀ , ପରୋପକାରୀ ବ୍ୟକ୍ତିତ୍ବ ନିସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି , ସେହିପରି ବରଗଡ ଜିଲ୍ଲାର କୋଣ ଅନୁକୋଣରେ ଲୋକଙ୍କ ମନରେ ଜାଗା ବାନ୍ଧି ଥିବା ବରଗଡ ଜିଲ୍ଲାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ” ନିଷ୍ଠା ” ପରିବାର ତରଫରୁ ଗତ ତାରିଖ 18 ଏପ୍ରିଲ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତିଦିନ ମାଗଣାରେ 600 ଜଣଙ୍କୁ ରନ୍ଧାଖାଦ୍ୟ ଏବଂ 300 ଜଣଙ୍କୁ ଜଳଖିଆ ବଣ୍ଟନ କରିଆସୁଛନ୍ତି । ସହରର ବିକାଶ ହସପିଟାଲ ଛକ , ସାପ୍ତାହିକ ବଜାର ଛକ , ଆନ୍ଧ୍ର କଲ୍ୟାଣ ମଣ୍ଡପ ଠାରେ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଓ ଜଳଖିଆ ବଣ୍ଟନ କରି ନିସହାୟ ଲୋକଙ୍କ ମୁହରେ ହସ ଫୁଟାଇଛନ୍ତି । ଏହା ସହିତ ଏକ ହଜାର ରୁ ଉର୍ଦ୍ଧ ଲୋକଙ୍କୁ ମାକ୍ସ ବଣ୍ଟନ କରିଛନ୍ତି । ଏହ ଦୁଃସମୟରେ ରକ୍ତ ଅଭାବ ର ସୁବିଧା ପାଇଁ ଜନକଳ୍ୟାଣ ହିତରେ ରକ୍ତଦାନ କରି ବରଗଡ ରକ୍ତ ଭଣ୍ଡାର କୁ ପ୍ରଦାନ କରିଛନ୍ତି । ” ନିଷ୍ଠା ” ପରିବାରର ଆଉ ଏକ ମହତ କାର୍ଯ୍ୟ ହେଉଛି ନିସହାୟ ତଥା ଅଜଣା ଲୋକଙ୍କୁ ଚିକିତ୍ସା କରାଇବା ତଦ ସଙ୍ଗେ ଅଜଣା ନିରୀହ ଲୋକଙ୍କର ଶବ ସତ୍କାର କରିବା । ଏହିପରି ମହତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସଂଗେ ସଂଗେ ମାନବଧର୍ମର କର୍ତ୍ତବ୍ୟ ପାଲନ କରି ପ୍ରସଂଶନିୟ ହୋଇଛି । ” ନିଷ୍ଠା ” ପରିବାରର ସଭାପତି ରକ୍ଷପାଳ ସାହୁ ଓ ସଂପାଦକ ଅଶ୍ବିନୀ ତ୍ରିପାଠୀ ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନବ ସେବା ହିଁ ଭଗବାନଙ୍କ ସେବା ବୋଲି ନିଷ୍ଠାର ସହିତ ଗ୍ରହଣ କରି ସମସ୍ତେ ଅନୁଷ୍ଠାନର ସବୁ କାର୍ଯ୍ୟକ୍ରମକୁ ସଫଳ କରିଆସୁଥିବାରୁ ଲୋକଙ୍କ ମନରେ ” ନିଷ୍ଠା ପରିବାର” ଜାଗା ବାନ୍ଧିପାରିଛି ବୋଲି ଅନୁଷ୍ଠାନର ସଂପାଦକ ଶ୍ରୀ ତ୍ରିପାଠୀ କହିଛନ୍ତି। ମାନବ ସମାଜର ହିତସାଧନ ନିମନ୍ତେ ନିଷ୍ଠା ପରିବାର କାର୍ଯ୍ୟକ୍ରମ କରୁଥିବାରୁ ବୁଦ୍ଧିଜୀବୀ ମହଲରୁ ପ୍ରସଂଶାର ସୁଅ ଛୁଟୁଛି ।

ବରଗଡ ବ୍ୟୁରୋ ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *