ନିର୍ମାଣ ହୋଇ ପାରୁନି ୨ ବର୍ଷ ହେଲା ଭାଙ୍ଗି ଯାଇଥିବା ପୋଲ…
ମାଲକାନଗିରି (ସଖପ୍ର):ନିର୍ମାଣ ହେଇ ପାରୁନି ଭାଙ୍ଗି ଯାଇଥିବା ପୋଲ, ଏପରି ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନୁର୍ଗତ ବନଗୁଡା ଗ୍ରାମବାସୀ । ମିଳିଥିବା ସୂଚନା ଅନୁସାରେ ବନଗୁଡା ଠାରୁ ପଲକାଗୁଡାକୁ ସଂଯୋଗ କରୁଥିବା ପୋଲ ଦୁଇ ବର୍ଷ ପୂର୍ବେ ସଂପୁର୍ଣ୍ଣ ଭାଙ୍ଗି ଯାଇଥିଲା । ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀ ଅନେକ ଥର ପ୍ରଶାସନକୁ ଅବଗତ କରାଇ ଥିଲେ ମଧ୍ୟ କୌଣସିପ୍ରକାର ସୁଫଳ ପାଇପାରି ନାହାନ୍ତି । ବର୍ଷା ଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପ୍ରଶାସନ ଏହି ଦିଗରେ ଦୃଷ୍ଟି ନ ଦେଲେ ଆଗାମି ଦିନରେ ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସୂଚାଇ ଦେଇଛନ୍ତି । ଦେଖିବାକୁ ବାକି ରହିଲା କେବେ ଗ୍ରାମବାସୀଙ୍କ ଦୁଃଖ ବୁଝୁଛି ପ୍ରଶାସନ ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ