01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିର୍ମାଣ ଶ୍ରମିକଙ୍କୁ ବି. ଡି. ଓ. ବାଣ୍ଟିଲେ ଟଙ୍କା

ବାଲେଶ୍ଵର,୧୧/୪– କୋଭିଡି 19 ଲାଗି ସରକାରଙ୍କ ପକ୍ଷରୁ ରଟିଣା ଗ୍ରାମ ପଞ୍ଚୟାତରେ ଥିବା ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ 1500 ଟଙ୍କାର ସହାୟତା ରାଶି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବି. ଡି. ଓ. ଦେବେନ୍ଦ୍ର ପ୍ରସାଦ ବଳ ରଟିଣା ପଞ୍ଚାୟତ ଅଫିସରେ ପ୍ରଦାନ କରିଥିଲେ । ତାଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ ରଟିଣା ପଞ୍ଚାୟତ ସରପଞ୍ଚ ସତ୍ୟାନନ୍ଦ ଦାସ,ଏହା ଅର୍ଥ ରାଶି ପାଇଥିବା ହିତାଧିକାରୀ ମାନେ ହେଲେ- ଯଶୋଦା ସାହୁ, ଉର୍ମିଳା ସାହୁ, ଅନୁସୟା ସାମଲ, ଗୟାଧର ସେଠୀ, ବନମାଳୀ ସାହୁ, ନିରାକାର ଶତପଥୀ, ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ । ଏହି ହିତାଧିକାରୀ ମାନେ ସାମାଜିକ ଦୂରତା ରକ୍ଷାକରି ସହାୟତା ରାଶି ଗ୍ରହଣ କରିଥିଲେ । କିଛି ଲୋକଙ୍କର ନିର୍ମାଣ ଶ୍ରମିକ ପ୍ରମାଣ ପତ୍ର ରହିଥିଲେ ସୁଦ୍ଧା ସେମାନେ ସରକାରଙ୍କ ଠାରୁ ଆସିଥିବା ତାଲିକାରୁ ବାଦ୍ ପଡି ଯାଇଥିବାରୁ ଲିଖିତ ଦାବିପତ୍ର ମାଧ୍ୟମରେ ବି. ଡି. ଓ. ଙ୍କୁ ଅବଗତ କରାଇଥିଲେ । ପରେ ରଟିନା ସ୍କୁଲ ଓ ତୁମ୍ବାପଦି ଅଙ୍ଗନବାଡି କେନ୍ଦ୍ରରେ ଗରିବ ଆସହାୟ ଲୋକଙ୍କୁ କିପରି ଭାବରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ତାର ତଦାରଖ କରିଥିଲେ । ରଟିଣା ସ୍କୁଲରେ ଥିବା ୧୦ ଜଣ ଭିନ୍ନକ୍ଷମ ଲୋକଙ୍କୁ ଭେଟିଥିଲେ କାହାର ଭତା ଓ ରେସନ ମିଳିନାହିଁ ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ତୁମ୍ବାପଦି ଗ୍ରାମର ଜଣେ ଭିନ୍ନକ୍ଷମ ପିଲା ସୁଲେଖ ସାହୁ ପୁଅକୁ ଭେଟି ତା ପାଇଁ ଗୋଟିଏ ଭିନ୍ନକ୍ଷମ ଗାଡି ବ୍ୟବସ୍ତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜନହିତ ଯୁବକସଙ୍ଘର ପିଲାମାନେ ସମ୍ପୂର୍ଣ ସାହାଯ୍ୟ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *