05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିର୍ଝରିଣୀ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ପ୍ରସ୍ତୁତ ନାଟକ “ଜୀବନ ଏକ ନାଟକ”ର ସଫଳତା

ଜୟପୁର (ସଖପ୍ର): ଜୟପୁରର ସାଂସ୍କୃତିକ ଅନୁଷ୍ଠାନ ନିର୍ଝରିଣୀ କଳାକାରଙ୍କ ଦ୍ବାରା ପ୍ରସ୍ତୁତ ନାଟକ “ଜୀବନ ଏକ ନାଟକ”,
ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାରଙ୍କ ଦ୍ବାରା ଆୟୋଜିତ ଅଷ୍ଟମ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିପୁଳ ପ୍ରଶଂସା ସାଉଁଟିଛି। ଶ୍ରୀ ଜଗଦୀଶ ଅଧିକାରୀଙ୍କ ରଚନା ଏବଂ ଶ୍ରୀ ନିରଞ୍ଜନ ପାଣିଗ୍ରାହିଙ୍କ ନିର୍ଦ୍ଦେଶନାରେ ନାଟକରେ ଅଂଶ ଗ୍ରହଣ କରିଥିଲେ ଶ୍ରୀ ପଞ୍ଚାନନ ମିଶ୍ର, ଶ୍ରୀ ଯୁଗଳ ସାହୁ, ବିଘ୍ନ ଆଚାର୍ଯ୍ୟ, ଶ୍ରୀ ପବିତ୍ର ମଲ୍ଲିକ , ଶ୍ରୀ ଅଶୋକ ମହାରଣା, ଶ୍ରୀ ନିରଞ୍ଜନ ପାଣିଗ୍ରାହି, ଶ୍ରୀମତୀ ଵିଜୟଲକ୍ଷ୍ମୀ ପାଣିଗ୍ରାହି, ସୁଶ୍ରୀ ସମର୍ପିତା ପାଣିଗ୍ରାହି ଅଭିନୟ କରିବା ବେଳେ ସଂଗୀତରେ ଥିଲେ ରାମନିଗମ ମହାନ୍ତି, ପରିଚାଳନାରେ ବିଜୟ ମହାପାତ୍ର ଏବଂ ସହଯୋଗୀତାରେ ଶିଶିର ଦାଶ ରହିଥିଲେ। ପ୍ରତିକୂଳ ପରିସ୍ଥିତିରେ ଜଣେ ନାଟ୍ୟକାର ନାଟକ ଲେଖିବାର ନିଶାକୁ ନେଇ କିପରି ସଂଘର୍ଷ କରୁଛି, ନିର୍ଦ୍ଦେଶକ ତଥା ଅନ୍ୟମାନଙ୍କ ହାତରେ କାଟଛାଟ ହୋଇ ରଚନାଟି କିପରି ବିକଳାଙ୍ଗ ହୋଇଯାଏ ଏବଂ ତାହା ଜଣେ ବିଦଗ୍ଧ ନାଟ୍ୟକାରକୁ କିପରି ସନ୍ତୁଳି ଦିଏ ? ଏହି କାହାଣୀକୁ ଧରି ନାଟକଟି ଗତିଶୀଳ ହୋଇଛି। ସମସ୍ତ ପ୍ରବୀଣ ଅଭିନେତା ଅଭିନେତ୍ରୀଙ୍କର ଉଦ୍ୟମ ପାଇଁ ଜୟପୁର ସାଂସ୍କୃତିକ ଅନୁଷ୍ଠାନ ନିର୍ଝରିଣୀକୁ ମିଳିଛି ବିପୁଳ ସଫଳତା। ପ୍ରଥମ ଶ୍ରେଷ୍ଠ ପ୍ରାୟୋଜନା ପୁରସ୍କାର ସହିତ ପ୍ରଥମ ଶ୍ରେଷ୍ଠ ନିର୍ଦ୍ଦେଶନା ନିରଞ୍ଜନ ପାଣିଗ୍ରାହି , ଦ୍ଵିତୀୟ ଶ୍ରେଷ୍ଠ ସ୍କ୍ରିପ୍ଟ ଜଗଦୀଶ ଅଧିକାରୀ , ପ୍ରଥମ ଶ୍ରେଷ୍ଠ ଅଭିନେତା ପଞ୍ଚାନନ ମିଶ୍ର , ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ବିଘ୍ନରାଜ ଆଚାର୍ଯ୍ୟ , ଶ୍ରେଷ୍ଠ ଶୃଙ୍ଖଳିତ ଦଳ, ଏବଂ ପ୍ରେସିଡେଣ୍ଟ ପୁରସ୍କାର ବିଜୟାଲଷ୍ମୀ ପାଣିଗ୍ରାହି ଭଳି ସାତୋଟି ମାନପତ୍ର ସହିତ ପୁରସ୍କାର ଗ୍ରହଣ କରି ସମଗ୍ର ରାଜ୍ୟର ନାଟ୍ୟ ଜଗତରେ ଚହଳ ସୃଷ୍ଟି କରିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *