ନିରାଡମ୍ବର ଭାବେ ବିଜୁ ଜୟନ୍ତୀ ପାଳିତ
ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାସ୍ଥିତ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଅଛି । ଏହି ଅବସରରେ ଖଇରପୁଟ ଜୋନର ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ବିଜୁ ବାବୁଙ୍କ ତୈଳଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ସହ ଦ୍ୱିପ ପ୍ରଜ୍ୱଳନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ସରପଞ୍ଚ ମ°ଗଳା ମାଢୀ, ବିଜେଡି ସଭାପତି ସାଧୂ ହନ୍ତାଳ,ଗଣେଶ ପୂଜାରୀ,ହେମନ୍ତ ଦାସ, ଭଗବାନ ସାହୁ, ଗୋପୀ ପା°ଗୀ,ଶ୍ରୀଧର ଆଦବାରୀ, ଶ°କର ସ୍ୱାଇଁ,ଧରମନାଥ ପାଣ୍ଡେ, ସିତାରାମ ପା°ଗୀ ଓ ପିଣ୍ଟୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ କହିଥିଲେ ଯେ ଆମେ ସବୁ ବିଜୁ ବାବୁଙ୍କ ଆଦର୍ଶକୁ ଅନୁସରଣ କରିବା ସହ ନିଜକୁ ସମସ୍ତ ପ୍ରକାର ଜନକଲ୍ୟାଣ କାର୍ଯ୍ୟପାଇଁ ନିୟୋଜିତ କଲେ ହିଁ ତାହା ପ୍ରକୃତ ପକ୍ଷେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ହୋଇପାରିବ ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ