12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିଜ ପରୀକ୍ଷାଫଳ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ !

ମାଲକାନଗିରି (ସ. ଖ. ପ୍ର ): ଆଜି ରାଜ୍ୟରେ ଦଶମ ଶ୍ରେଣୀର ପରୀକ୍ଷା ଫଳ ବାହାରିଛି |ଏଥିରେ ମାଲକାନଗିରି ଜିଲ୍ଲାର ୭୭. ୭0ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ ହୋଇଛନ୍ତି |ଜିଲ୍ଲାର ୨୯ ସେଣ୍ଟର ରେ ୧୧୯ ବିଦ୍ୟାଳୟର ୫୩୧୪ ଛାତ୍ର ଛାତ୍ରୀମାନେ ଫୋର୍ମ ଫିଲ ଅପ କରିଥିଲେ |ସେଥିରୁ ୨୮୩ ଜଣ ପରୀକ୍ଷା ଦେବାକୁ ଆସି ନ ଥିଲେ ଓ ୫0୩୧ ଜଣ ପରୀକ୍ଷା ଦେଇଥିଲେ |ଜିଲ୍ଲାର A1- 0୨ ଜଣ, A2- ୨୩ ଜଣ, B1-୭୫ ଜଣ, B2- ୧ ୨୬ ଜଣ, C – ୨୭୪ ଜଣ, D – ୭୧୨ ଜଣ, E – ୨୬୯୭ ଜଣ ଓ F – ୧୧ ୨୧ ଜଣ ପାଇଛନ୍ତି |ଜଣେ MP ହୋଇଛନ୍ତି |ପୁଅ -୨0୧ 0ଜଣ ଓ ଝିଅ -୧୮ ୯୯ ଜଣ ଉତ୍ତୀର୍ଣ ହୋଇଛନ୍ତି |ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ସେମାନେ ପୁଣି ନିଜର ଖାତା ଚେକିଂ କରିବେ |କେତେଜଣ ଅଭିଭାବକ ଜୀବନରେ କରୋନା ମାଡ଼ ସହ ଆମ ପିଲାଙ୍କ ଭବିଷ୍ୟତ ମଧ୍ୟ ପ୍ରଭାବିତ ହୋଇଛି |ଖାତା ବୋଧେ ଠିକ ଭାବେ ଦେଖାଯାଇନି ତେଣୁ ଆମେ ରି ଚେକିଂ କରାଇବୁ | ଦେଖିବାକୁ ବାକିରହିଲା ଛାତ୍ରଛାତ୍ରୀମାନେ କେବେ ନିଜର ଉଚିତ ଫଳ ପାଇବେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *