01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିଜର ହକ ପାଇଁ ଅଙ୍ଗନୱାଡ଼ି କର୍ମୀ ଜିଲ୍ଲାପାଳ ଅଫିସ ଆଗରେ ଗର୍ଜ୍ଜିିଲେ

କୋରାପୁଟ: ଆଜି କୋରାପୁଟ ଠାରେ ଅଲଓଡିଶା ଅଙ୍ଗନୱାଡ଼ି ଲେଡିଜ ସଂଘ କୋରାପୁଟ ଶାଖା ନିଜର ଦାବୀ ହାସଲ ପାଇଁ କୋରାପୁଟ ଜିଲ୍ଲାପାଳଙ୍କର ଅଫିସ ଘେରାଉ କରିବା ସହ ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଛି । ସଂଘ କହିଛି ରାଜ୍ୟସରକାର ତାଙ୍କୁ ପ୍ରତାରିତ କରିଛି । ଗତ କିଛିମାସ ତଳେ ୪୦ ଦିନର ୧୪ ଗୋଟି ଦାବୀକୁ ନେଇ ସଂଘ ଧାରଣା ଦେଇଥିଲା। ସେଥିରୁ କେଵଳ ୨ ଟି ହିଁ ସରକାର ପୂରଣ କରିଛନ୍ତି। ସେମାନଙ୍କୁ ନିୟମିତ କରିବା ସହ ସମସ୍ତ ସରକାରୀ ସୁବିଧା ପ୍ରଦାନ, ଦରମା ୧୮ ହଜାରକୁ ବଢ଼େଇବା, ୧୫୦୦ ଟଙ୍କା କେନ୍ଦ୍ରସରକାର ଦରମା ସହ ଅଧିକ ଦେଉଛନ୍ତି, ତାହା ରାଜ୍ୟସରକାର ତୁରନ୍ତ ଦେବା। ନିଜରକ୍ଷମତା ଠାରୁ ଅଧିକ କାମ ନ ଦେବା ଅନ୍ୟତମ ଅଟେ । ଜିଲ୍ଲା ସଂପାଦକ ସଭାପତି ସମେତସମସ୍ତ ଅଙ୍ଗନୱାଡି କର୍ମୀ ସାମିଲ ହୋଇଥିଲେ।

କୋରାପୁଟ ପ୍ରତିନିଧି ଦେବାଶ୍ରୀତ ପଟ୍ଟନାୟକ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *