11/10/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନାରାୟଣ ସେନାପତିଙ୍କୁ ମିଳିଲା ” ଷ୍ଟୋରୀ ମିରର ” ଗଳ୍ପ ସମ୍ମାନ

ବାଲେଶ୍ଵର ,୧୭/୦୨–ଗତକାଲି ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ଷ୍ଟୋରୀ ମିରର ସମାବେଶ-୨୦୨୦ରେ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ସୁସାହିତ୍ୟିକ ଓ ଶିକ୍ଷାବିତ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗଳ୍ପ ସମ୍ମାନ-୨୦୨୦ରେ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ମୁଖ୍ୟ ବିଭୁଦତ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଓ ବିଶିଷ୍ଟ ସାହିତ୍ୟିକ ସନ୍ତୋଷ କୁମାର ମିଶ୍ର,ବିନୟ ଭୂଷଣ ମହାପାତ୍ର ଓ ସୁସାହିତ୍ୟିକା ସୁଷମା ମିଶ୍ରଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରାରମ୍ଭରେ ଶିଳ୍ପୀ ସ୍ୱାତିଶ୍ରୀ ପଣ୍ଡାଙ୍କ ଦ୍ୱାରା ଓଡ଼ିଶାର ପାରମ୍ପରିକ ଓଡିଶୀ ନୃତ୍ୟ ଓ ପରେ ପରେ ବିଶିଷ୍ଟ ସଙ୍ଗୀତଜ୍ଞ ଦୀପକ ସରଙ୍ଗୀଙ୍କ ଗୀଟାର ବାଦନ ସଭିଙ୍କୁ ଆଚମ୍ବିତ କରିଥିଲା । ଇତ୍ୟବସରରେ ଆମନ୍ତ୍ରିତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ପରେ କେତେକ ଗାଳ୍ପିକ,କବି,ଔପନ୍ୟାସିକଙ୍କ ସ୍ୱରଚିତ ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଅତିଥି ମାନଙ୍କର ଅମୁଲ୍ୟ ଆଶୀର୍ବଚନ ସଭିଙ୍କ ପ୍ରାଣରେ ସାହିତ୍ୟ ଚେତନା ବୃଦ୍ଧି କରିଥିଲା । ରାଜ୍ୟରୁ ଓ ରାଜ୍ୟ ବାହାରୁ ଆମନ୍ତ୍ରିତ ବିଭିନ୍ନ ସାହିତ୍ୟିକଙ୍କୁ ବିଭିନ୍ନ ବିଭାଗ ଯଥା ଅଥର ଅଫ ଦି ଇଅର, ନନ ଷ୍ଟପ ନଭେମ୍ବର,କୋଟ, କବିତା,ଗଳ୍ପ,ଉପନ୍ୟାସ,ଇଂରାଜୀର ବିଭିନ୍ନ ବିଭାଗୀୟ ଲେଖାରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ପରେ ସାହିତ୍ୟ ବନ୍ଧୁ ଓ ଗଳ୍ପ,କବିତା ବହୁଭାଷି ଲେଖାର ଉତ୍କର୍ଷତାକୁ ବିଚାରକୁ ନେଇ ସମ୍ବର୍ଦ୍ଧନା କରାଯାଇଥିଲା ।ଏଥିରେ କେନ୍ଦୁଝର ଜିଲ୍ଲା,ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ସୁସାହିତ୍ୟିକ ତଥା ଆଦର୍ଶ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଷ୍ଟୋରୀ ମିରର ଗଳ୍ପ ସମ୍ମାନ-୨୦୨୦ରେ ସମ୍ବର୍ଦ୍ଧିତ କରାଯାଇଥିଲା। ତତ୍ସଙ୍ଗେ ସଂଗେ ନବରଙ୍ଗପୁରର ପ୍ରଭଞ୍ଜନ ତ୍ରିପାଠୀ,କଟକର ରୋଜା ପଣ୍ଡା,ପୁରୀର ଅନାମ ଚରଣ ସାହୁ,ବ୍ରହ୍ମପୁରର ସୁଦ୍ଧାଞ୍ଜଳି ମିଶ୍ର,ଭୁବନେଶ୍ୱରର ରୀତା ଅପରାଜିତା ମହାନ୍ତି,ଜଗତସିଂହପୁର ର ସୌମ୍ୟା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟାନ୍ୟ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତରଙ୍ଗ ଚାନେଲ ଉପସ୍ଥାପକ କମଲ କିରଣ ମଞ୍ଚ ସଂଯୋଜନା କରିଥିବାବେଳେ ଉକ୍ତ ଅନୁଷ୍ଠାନର ସମ୍ପାଦିକା ତଥା ସମସ୍ତ ବ୍ୟବସ୍ଥା ପରିଚାଳିକା ପଲ୍ଲବିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଖବରପାଇ ବାଲେଶ୍ଵର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଜମ୍ଭରା ସ୍ଥିତ ଶ୍ରୀ ସେନାପତିଙ୍କ ବାସଗୃହରେ ପହଞ୍ଚି ଧନ୍ୟବାଦ ଦେବା ସହିତ ତାଙ୍କର ଉତ୍ତରୋତ୍ତର କାମନା କରିଥିଲେ ଏବଂ ଭବିଷ୍ୟତରେ ଏହିଭଳି ସମ୍ମାନ ମିଳିବାରେ ପରିବାର,ଆତ୍ମୀୟ ସ୍ବଜନ , ପାଖ ପଡୋଶୀ ମାନଙ୍କର ସ୍ନେହ, ଶ୍ରଦ୍ଧା ଓ ସହଯୋଗ ବଜାଇ ରହୁ ବୋଲି ଉପସ୍ଥିତ ପରିବାର ବର୍ଗଙ୍କୁ ପରାମର୍ଶ ଦେଇ ଘରକୁ ଫେରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *